ଡଃ ବିସିକେଶନ ବାଗ ଙ୍କୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା

ଡଃ ବିସିକେଶନ ବାଗ ଙ୍କୁ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ୧୯/୧୨. ( ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ରେ ଆଜି ପୂର୍ବତନ ପ୍ରଧାନଶିକ୍ଷକ ଡଃ ବିସିକେଶନ ବାଗ ଙ୍କୁ ଅଞ୍ଚଳବାସୀ ସମେତ ବିଦ୍ୟାଳୟ କର୍ମଚାରୀ ଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।ଡଃ ବିସିକେଶନ ବାଗ ୨୦୧୮ ସେପ୍ଟେମ୍ବର ଠାରୁ ଏଠାରେ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇ ବିଦ୍ୟାଳୟ ର ଅନେକ ଉନ୍ନତି ମୂଳକ କାର୍ଯ୍ୟ ସହିତ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ପୁଣି ବିଦ୍ୟାଳୟ ଓ ଛାତ୍ରା ଆବାସ ର ସୁପରିଚାଳନା ରେ ସୁଧାର ଆଣିଥିବା ନେଇ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରକାଶ କରିଥିଲେ। ବର୍ତ୍ତମାନ ତାଙ୍କୁ ରାୟଗଡ଼ା ଜିଲ୍ଲା ର କୈଳାଶ ପୁର ଉଚ୍ଚ ବିଦ୍ୟାଳୟ କୁ ବଦଳି ହେଇଯାଇଥିବା ବେଳେ ବିଭାଗ ପକ୍ଷରୁ ତାଙ୍କ ସ୍ଥାନରେ ଶିକ୍ଷୟତ୍ରୀ ରଶ୍ମିତା ମାଝି ଙ୍କୁ ଦାଇତ୍ୱ ଦିଆ ଯାଇଥିବା ଜଣାପଡିଛି । ଆଜି ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଗୋରଖପୁର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବାରିକ ଓ ରଶ୍ମିତା ମାଝି ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଜ୍ଞାନ ରଞ୍ଜନ ସାହୁ, ଅବସର ଶିକ୍ଷୟତ୍ରୀ ସ୍ୱର୍ଣ୍ଣ ଲତା ନାୟକ,ସୁନକର ଜେନା , ନୀଳ ମାଧବ ମଲ୍ଲିକ,ସମାଜସେବୀ ସଦନ ମାଝି ଏସ ଏମ ସି କୁମ୍ଭୁ ମାଝି ଓ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର