ଡ଼ଃ.ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଫେସବୁକରେ ଅଶ୍ଳୀଳ ଶବ୍ଦ ପ୍ରୟୋଗକୁ ନେଇ ମହିଳା ମୋର୍ଚ୍ଚା ଥାନାରେ ଏତଲା ଦେଲେ

ଓଡ଼ିଶା ବିଜେପିର ସାଧାରଣ ସମ୍ପାଦିକା ଡଃ.ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କିଛି ଦିନ ହେବ ସାମାଜିକ ଗଣମାଧ୍ୟମ (ଫେସବୁକ)ରେ ଅଶ୍ଳୀଳ ଓ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ବ୍ୟକ୍ତିଗତ ଆକ୍ଷେପ କରିଥିବା ଭଣ୍ଡାରିପୋଖରୀ ୨୩ ନଂ ଜିଲ୍ଲା ପରିଷଦ ଜୋନ ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଭଣ୍ଡାରିପୋଖରୀ ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଗଲା ।ଏନେଇ ମଧ୍ୟ ଡ଼କ୍ତର ଲେଖାଶ୍ରୀ ସାମନ୍ତ ସିଂହାର ଫେସବୁକ ରେ କହିଛନ୍ତି ,ବିଜେଡି ମୁଖିଆ ନବୀନ ସରକାର ଭଲ ଭାଷା ଶିଖେଇଛନ୍ତି ତାଙ୍କ ଚେଲା ଚପାଟି ମାନଙ୍କୁ। ଭଣ୍ଡାରିପୋଖରୀର ବିଜୁ ଛାତ୍ର ଜନତା ଦଳର ୨୩ ନମ୍ବର ଜୋନ୍ ସଭାପତିଙ୍କ ସଂସ୍କୃତ ପଢ଼ନ୍ତୁ।
ନବୀନ ବାବୁ ରାଜନୈତିକ ସମାଲୋଚକଙ୍କ ମୁହଁ ବନ୍ଦ କରିବାପାଇଁ କୋଉଭଳି ଅସାମାଜିକ ତତ୍ୱଙ୍କୁ ଏକାଠି କରିଛନ୍ତି।
ଏଇଟା ହିଁ ବିଜେଡିର ଚାଲ ଚରିତ୍ର ଚେହେରା ମଧ୍ୟ ବୋଲି କହିଛନ୍ତି । ତେଣୁ ସମସ୍ତ ମହିଳା ମୋର୍ଚ୍ଚାମାନେ କହିଛନ୍ତି ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୨୩ ନମ୍ବର ଜିଲ୍ଲା ପରିଷଦ ଜୋନ ବିଜୁ ଛାତ୍ର ଜନତା ଦଳର ସଭାପତି ବିରୁଦ୍ଧରେ ଯାହା ଘଟଣା ସୁତ୍ରରୁ ଜଣା ପଡ଼ିଛି ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।