ମରାମତି ନକରି ରଙ୍ଗମାରି ସରକାରୀ ଅର୍ଥ ହଡପ ମସୁଧା

ମରାମତି ନକରି ରଙ୍ଗମାରି ସରକାରୀ ଅର୍ଥ ହଡପ ମସୁଧାକାକଟପୁର – କାକଟପୁର ବ୍ଲକ ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମ ପଞ୍ଚାୟତରେ ଥିବା ବାଲିଦୋକାନ ଓ ଆଢୁଆଳ ପ୍ରାଣୀ ସହାୟକ କେନ୍ଦ୍ର ପାଇଁ ଆସିଥିବା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସିଥିବା ଟଙ୍କାକୁ ମରାମତି ନକରି ସରକାରୀ ଅର୍ଥ ହଡପ କରିବା ମସୁଧା ଚାଲିଥିବା ସାଧାରଣରେ ଅଭିଯୋଗ ହୋଇଛି। ସୁଚନା ଅନୁଯାୟୀ ବାଲିଦୋକାନ ଓ ଆଢୁଆଳ ପ୍ରାଣୀ ସହାୟକ କେନ୍ଦ୍ର ଗୃହ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ୬୫ ହଜାର ଟଙ୍କା ଲେଖାଏଁ ଅର୍ଥ ମଞ୍ଜୁରୀ ହୋଇଛି। କିନ୍ତୁ ବ୍ଳକ୍ ପ୍ରଶାସନ ଓ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତରେ କେତେକ ଅଜଣା କୁଜି ଦଲାଲ୍ ନେତା ମାନେ ରଙ୍ଗ ମରା କାମ କରିଛନ୍ତି। ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଆସିଥିଲେ ମଧ୍ଯ କେବଳ ନିମ୍ନ ମାନର ରଙ୍ଗ ବୋଳି କାମ ସାରି ଅର୍ଥ ହଡ଼ପ ମସୁଧା କରିଛନ୍ତି। କୌଣସି କବାଟ, ଝରକା, କାନ୍ଥ, ପାଇଖାନା ଓ ଛାତ ଆଦି ମରାମତି ନକରି କେବଳ ଏକ ପରସ୍ତ ନିମ୍ନ ମାନର ରଙ୍ଗ ମାରି କାର୍ଯ୍ୟ ସାରି ଦେଇଛନ୍ତି। ଏନେଇ ବ୍ଳକ୍ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ନିମ୍ନ ମାନର କାର୍ଯ୍ୟ ହେଉଥିବା ସେ ଓ ସ୍ଥାନୀୟ ସହାୟକ ନିରୀକ୍ଷକ ମାନେ କହିବା ସହିତ ସ୍ଥାନୀୟ ଜନ ସାଧାରଣ ମଧ୍ଯ ନିନ୍ଦା କରିଛନ୍ତି। କୌଣସି ଅଭିଯୋଗକୁ କାକଟପୁର ବିଡ଼ିଓ ଧ୍ୟାନ ଦେଉ ନଥିବାରୁ ପୁରୀ ଜିଲ୍ଲାପାଳ ଓ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ତଦନ୍ତ କରିବାକୁ ଜନ ସାଧାରଣ ମାନେ ଦାବି କରିଛନ୍ତି। ବ୍ଲକ ପ୍ରଶାସନ ଅଧିକାରୀ ଓ କେତେକ ଅସାଧୁ କୁଜି ନେତା ମିଳିତ ହୋଇ ସରକାରୀ ଅର୍ଥ ଅସାଧୁ ଉପାୟରେ ଲୁଟୁଛନ୍ତି, କେବଳ ରଙ୍ଗ ମାରି ଅର୍ଥ ଲୁଟୁଛନ୍ତୀ, ତେଣୁ ରାଜ୍ୟ ସରକାରଙ୍କୁ ଲୋକେ ରଙ୍ଗ ମରା ସରକାର ବୋଲି କହିଲେଣି। ଏଣୁ ପ୍ରକୃତ ତଦନ୍ତ କରିବାକୁ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *