ମହାମହିମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ

ପୁରୀ,୨୫/୦୭:- ମହାମହିମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦେଶର ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ତେବେ ଓଡିଶା ମାଟିର ଝିଅ ରାଷ୍ଟ୍ରପତି ହେବାପରେ ସବୁଠି ଖୁସିର ମାହୋଲ। ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କୌଳିକ ପଣ୍ଡା ଆଜି ପୁରୀ ଶ୍ରୀମନ୍ଦିର ସମ୍ମୁଖରେ କରିଛନ୍ତି ଦୀପଦାନ। ଆଗାମୀ ଭବିଷ୍ୟତ ମହାମହିମଙ୍କ ଶୁଭଙ୍କର ହେବା ସହ ଓଡିଶା ତଥା ଦେଶର ମଙ୍ଗଳ ହେଉ ଏହା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କୌଳିକ ପଣ୍ଡା। ତେବେ ମହାମହିମ ପୁରୀ ଆସି ମହାପ୍ରଭୁଙ୍କ ନିକଟରେ ଆଶିଷ ଭିକ୍ଷା କରିବାକୁ ସେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *