ନିମାପଡା NAC ରେ ଡ୍ରିଙ୍କ ଫ୍ରମ ଟ୍ୟାପର ଶୁଭ ଉଦଘାଟନ

ଆଜି ନିମାପଡା ପୌର ପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପାନୀୟ ଜଳ ପ୍ରକଳ୍ପ ଡ୍ରିଙ୍କ ଫ୍ରମ ଟ୍ୟାପର ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି। ନିମାପଡା NAC କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିମାପଡା ବିଧାୟକ ସମୀର ରଂଜନ ଦାଶ, NAC ଅଧକ୍ଷା ସସ୍ମିତା ସାହୁ , ଉପାଧ୍ୟକ୍ଷ ସନ୍ତୋଷ ଦାଶ ,ପୂର୍ବତନ ଅଧ୍ୟକ୍ଷ ସନକ ପ୍ରଧାନ, ଜେନେରାଲ ମ୍ୟାନେଜର ବିଭୁତି ଭୂଷଣ ମହାନ୍ତି , ମ୍ୟାନେଜର ଶଶୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ନିମାପଡା ପୌର ବାସିନ୍ଦା ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପାନୀୟ ପ୍ରକଳ୍ପ ଦ୍ୱାରା ୧୧ଟି ୱାର୍ଡର ଜନ ସାଧାରଣ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *