ପିଇବା ପାଣିର ସମସ୍ୟା

ସକାଳ ୯:୩୦ ମିନିଟ ସମୟରେ ବ୍ରହ୍ମଗିରି ବ୍ଲକ ଡିମିରିସେଣା ପଞ୍ଚାୟତ ବାଲିପୋଖରୀ,ପାରିକୁଳ,ହରପଡ଼ା,ସାହୁପଡା, ଅଇନିପୁର ଗ୍ରାମରେ ପିଇବା ପାଣିର ଊତ୍କୃଷ୍ଠ ସମସ୍ୟା ସମ୍ପର୍କରେ ସାଧାରଣ ଲୋକମାନେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କୁ ସେ ସମ୍ପର୍କରେ ଅବଗତ କରାଇଥିଲେ । ଶ୍ରୀ ଦାସ ବର୍ମା କ୍ଷେତ୍ର ପରିଦର୍ଶନ କରି ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ବାରିକ୍ ଉପନିର୍ବାହୀ ଯନ୍ତ୍ରି ଶର୍ମିଷ୍ଠା ପୃଷ୍ଟି,ବ୍ରହ୍ମଗିରି ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ୟୋତିପ୍ରକାଶ ସେଠି, ବ୍ରହ୍ମଗିରି ବ୍ଲକ କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ବେହେରା, ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ ଓ ଜିଲ୍ଲା ପରିଷଦ ସଦସ୍ୟା ମିଲି ବେହେରା ଉପସ୍ଥିତ ଥିଲେ।