ପ୍ରତିଶ୍ରୁତି ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହିଁ ଡ୍ରାଇଭର ଏକତା ମହାସଂଘ

ଭୁବନେଶ୍ୱର : ତିନି ମାସ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହିଁ ଡ୍ରାଇଭର ଏକତା ମହାସଂଘ । ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ଆନ୍ଦୋଳନ ଜାରି ରହିଛି, ଆଗକୁ ବି ଜାରି ରହିବ ବୋଲି ସେ କହିଛନ୍ତି। ସରକାର ଘୋଷଣା ନକରିବା ଯାଏ ଆନ୍ଦୋଳନ ଚାଲୁ ରଖାଯିବ ବୋଲି ସେ କହିଛନ୍ତି।

ଗୁରୁବାର ଡ୍ରାଇଭର ଏକତା ମହାସଂଘର କର୍ମକର୍ତ୍ତାମାନଙ୍କ ସହ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସହ ବୈଠକ କରିଥିଲେ। ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ସୂଚନା ଦିଆଯାଇଥିଲା। ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଆଜି ତୃତୀୟ ଦିନରେ ପହଂଚିଛି। କେତେକ ଡ୍ରାଇଭର ସଂଘ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି ।

Leave a Reply

Your email address will not be published. Required fields are marked *