ଦୁଇ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ଦୀର୍ଘ ଘଣ୍ଟା ନଦୀ ଭିତରେ ପଡି ରହିଲା ମହିଳାଙ୍କ ଶବ

ଦୁଇ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ଦୀର୍ଘ ଘଣ୍ଟା ନଦୀ ଭିତରେ ପଡି ରହିଲା ମହିଳାଙ୍କ ଶବ
ଆଙ୍କର :- ସରକାର ପ୍ରତି ଥାନା ପାଇଁ ସୀମା ନିର୍ଦ୍ଧାରଣ କରିଛନ୍ତି । କିନ୍ତୁ ଏଇ ବାମେବାରୀ ଓ ନୟାକୋଟ ଥାନା ମଧ୍ୟରେ ସୀମା ବିବାଦ ଯୋଗୁ ବସନ୍ତପୁର ନିକଟସ୍ଥ ନୋଟାଡ଼ୁବା ଗଣ୍ଡେ ରେ ଜଣେ ମହିଳାଙ୍କ ମୃତଦେହ ପଡି ରହିଥିଲା । ସୂଚନା ଅନୁସାରେ, କେନ୍ଦୁଘାଟି ନିକଟସ୍ଥ ମଲଦା ନଦୀର ନୋଟାଡ଼ୁବା ଗଣ୍ଡ ରେ ବସନ୍ତପୁର ପାର୍ଶ୍ଵ ନଦୀ କୂଳରେ ଏକ ଗଛରେ ଏକ ଅଜଣା ମହିଳାଙ୍କ ମୃତଦେହ ୨ ଦିନ ହେଲା ଲାଖି ରହିଥିବା ବେଳେ ବାମେବାରୀ ପୋଲିସ ଜଙ୍ଗଲ ଏବଂ ନଈ ବଢ଼ୀ ଯୋଗୁ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା । ପରେ ନୟାକୋଟ ଓ ବାମେବାରୀ ମଧ୍ୟରେ ମହିଳାଙ୍କ ମୃତଦେହ ଥିବା ସ୍ଥାନର ସୀମାକୁ ନେଇ ବିବାଦ ଦେଖା ଦେଇଥିଲା । ପରସ୍ପର ମଧ୍ୟରେ ବିବାଦ ଯୋଗୁ ଶବ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ପଡି ରହିଥିଲା । ପରେ ଉଭୟ ଅଞ୍ଚଳର ରାଜସ୍ଵ ନିରିକ୍ଷକ ଓ ଉଭୟ ଥାନାର ଅଧିକାରୀ କ୍ଷେତ୍ର ନିରୁପଣ କରିବା ପରେ ନୟାକୋଟ ଥାନା ଅଧିକାରୀ UD case No – ୨୫/୨୦୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବଦ କରିବା ପରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପାରିପାର୍ଶୀକ ପରିସ୍ଥିତିକୁ ଅନୁଧ୍ଯାନ କରି ତଦନ୍ତ ଆରମ୍ଭ କରିଛି । ତେବେ ବାମେବାରୀ ପୋଲିସ୍ ମୃତକଙ୍କ ବିଷୟ ରେ ସବୁଯାଣି ମଧ୍ୟ ଶବ ଉଠାଇବା ପରିବର୍ତ୍ତେ ଥାନାକ୍ଷେତ୍ରକୁ ନେଇ ବିବାଦ ସୃଷ୍ଟି କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।
ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ