ନକଲି ମଦ କାରବାର ଖଳନାୟକ କିଏ ?ନକଲି ମଦ ସହ ୩ ଗିରଫ

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳ ରେ ଚୋରା ମଦ କାରବାର ସାଙ୍ଗକୁ ନକଲି ମଦ କାରବାର ଦିନ କୁ ଦିନ ବଢ଼ିଚାଲିଛି।ଏହି କାମ ଯେ ଅବକାରୀ ବିଭାଗର ଅଜଣା ତରେ ହେଉଛି ତାହା ନୁହେଁ। ବରଂ ମାସିକିଆ ମୋଟା ଅଙ୍କର ବଟି ନେଇ ଖୋଲାଖୋଲି ଭାବରେ ଏହି ମଦ କାରବାର କରିବା ପାଇଁ ପ୍ରସାହୋନ ଯୋଗାଇଛି ଅବକାରୀ ବିଭାଗ।ଝିଣ୍ଟିକା ମାରି ବଣି ପୋଷିବା ପରି କାଆ ଭାଆ ଲୋକ ଦେଖିଣିଆ ରେଡ୍ କରି ଵାହା ବାହା ନେବାକୁ ବସିଛି ଅବକାରୀ ବିଭାଗ। ଘଟଣା କ୍ରମରେ ଆଜି ଜଵଦ ହୋଇଥିବା ନକଲି ମନ ଘଟଣା ର ଅଭିଯୁକ୍ତ ମାନଙ୍କ କହିବା କଥା ସେମାନଙ୍କୁ ଏହି ମଦ ଵେତଡା ଅଞ୍ଚଳ ରେ ଥିବା ଏକ ସରକାରୀ ଦେଶୀ ମଦ ଦୋକାନ ରୁ ଯୋଗାଇ ଦିଆଯାଉଛି।ଯଦି ଅଭିଯୁକ୍ତ ମାନଙ୍କ ର ଅଭିଯୋଗ ରେ ସତ୍ୟତା ଥାଏ ତାହାଲେ ଅବକାରୀ ବିଭାଗ ଅଧିକାରୀ କାହିଁକି ଵେତଡା ଠାରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ଉପରେ ଚଢ଼ାଉ କରୁନାହାନ୍ତି ? କାହିଁକି କହୁଛନ୍ତି ଏହି ମଦ ଆସୁଛି ପୋଡଶୀ ଜିଲ୍ଲା ବାଲେଶ୍ବର ଅଞ୍ଚଳ ରୁ କାହାକୁ ସୁରକ୍ଷା ଦେବା ପାଇଁ ଏହି ଭଳି ନାଟକ ରଚନା କରୁଛନ୍ତି ଅବକାରୀ ଅଧିକାରୀ ମହୋଦୟ।ଏହି ପରି ଚୋରା ମଦ ବାସୁଦେବପୁର ର ଗଳିକନ୍ଦି ଏପରି କି ମହିଳା ମହାବିଦ୍ୟାଳୟ ଛକ ଠାରୁ ବାସୁଦେବପୁର ପରିବା ହାଟ,ଚାଚିରିଛକ, ଏବଂ ଅବକାରୀ ଅଫିସ ଠାରୁ ମାତ୍ର ଶହେ ମିଟର ଦୂର ତାରିଣୀ ଛକ ଠାରେ ବିକ୍ରି ହେଉଥିବା ବେଳେ ଅବକାରୀ ବିଭାଗ ର ନିଷ୍କ୍ରିୟତା ଏହି ଚୋରା ମଦ ମାଫିଆ ମାନଙ୍କୁ ଅଧିକ ସାହାସ ଯୋଗାଉଛି। ଯେଉଁ ଠଙ୍ଗ ରେ ଜହର ମିଶାଇ ଅପମିଶ୍ରଣ ନକିଲି ମଦ ବିକ୍ରି କରାଯାଉଥିଲା ଯାହାକୁ ପିଇ ଆଜି ଅବକାରୀ ବିଭାଗ ଜଵଦ କରିଛି। ପ୍ରକୃତ ରେ ସେ ମଦ କୁ ପିଇ ଜଦି ଲୋକେ ମୃତ୍ୟୁ ମୁଖରେ ପଡ଼ନ୍ତି ସେଥିପାଇଁ ଦାୟୀ ରହିବ କିଏ ? ଚୋରା ମଦ କାରବାର କରୁଥିବା ମଦ ସମ୍ରାଟ ଗୁପ୍ତା ଭଦ୍ରକ ରେ ଆରେଷ୍ଟ ହେବାପରେ ଲାଗୁଥିଲା ଦେଶୀ ମଦ କାରବାର କରୁଥିବା ମାଫିଆ ମାନଙ୍କ ମନରେ ଛନକା ପସିଥିବ। ମାତ୍ର ଆଜିର ଏହି ବିପୁଳ ପରିମାଣର ର ନକିଲି ମଦ ଜବତ ଘଟଣା ସମସ୍ତ ଙ୍କୁ ଚକିତ କରିଛି। କିଏ ସେହି ମାଫିଆ ପଣ୍ଡା ନନା ଯିଏ ଚୋରା ମଦ ବେପାରୀ ଙ୍କ ଘରେ ଯୋଗାଉଛି ଏହି ଦେଶୀ ମଦ ନା କେବଳ ୩ ନକଲି ମଦ ତିଆରି କରୁଥିବା ବ୍ୟକ୍ତି ଙ୍କୁ ଗିରଫ କରି ହାତଝାଡି ଵସିଯିଵ ଅବକାରୀ ବିଭାଗ ? ଏଵେ ଦେଖିବାକୁ ବାକି ରହିଲା ବିଷାକ୍ତ ମଦ ପିଇ ସାଧାରଣ ଲୋକ ମୃତ୍ୟୁ ମୁଖରେ ପଡିଵା ପୂର୍ବରୁ ପ୍ରଶାସନ କେବେ ନେଵ ଦୃଢ଼ କାର୍ଯ୍ୟାନୁଷ୍ଠାନ?

Leave a Reply

Your email address will not be published. Required fields are marked *