ଦୂର୍ଗାପୂଜା ନିମନ୍ତେ ସହରର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମାଟି ଉଠାଣ

ଚଳିତ ବର୍ଷ ଦୂର୍ଗାପୂଜା ନିମନ୍ତେ ଜଗତସିଂହପୁର ସହରର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମାଟି ଉଠାଣ
ଆଙ୍କର – ଆଜି ପଵିତ୍ର ଶ୍ରୀ ଦୁର୍ଗା ଶୟନୋତ୍ସବ ଓ ଶ୍ରୀ ରାଧାଷ୍ଟମୀ ଅବସରରେ ଜଗତସିଂହପୁର ସହରର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ମହାଆଡମ୍ବର ସହିତ ଦୂର୍ଗା ପୂଜା ପାଳନ କରାଯିବାକୁ କମିଟି ପକ୍ଷରୁ ନିଷ୍ପତ୍ତି । ସେହିପରି ସହରର 23 ଟି ପୂଜା ମଣ୍ଡପ ପକ୍ଷରୁ ଜଗତସିଂହପୁର ସ୍ଥିତ ଅଳକା ନଦୀ କୂଳରୁ ମାଟି ଉଠାଣ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇଛି । କମିଟି ର ସଦସ୍ୟ ମାନେ ଏକ ଶୋଭାଯାତ୍ରାରେ ଯାଇ ଅଳକା ନଦୀ କୂଳରେ ପହଞ୍ଚିବା ପରେ ମାଟି ଉଠାଣ କରିଥିଲେ ।
ଜଗତସିଂହପୁର ସହର ବିଭିନ୍ନ ପୂଜା କମିଟି ର କର୍ମକର୍ତ୍ତା ମାନେ ବେଶ ଉତ୍ସ।ହିତ ଥିବା ଦେଖାଯାଇଛି । ଏହା ସହିତ ଚଳିତ ବର୍ଷ ଦୁର୍ଗା ପୂଜା ଧୁମଧାମରେ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ
