ପୋଖରୀ ଖନନ ବେଳେ ଉଦ୍ଧାର ହେଲା ପ୍ରାଚୀନ ଶ୍ରୀକୃଷ୍ଣ ମୂର୍ତ୍ତି ଓ ମନ୍ଦିର ଚୁଳି

ଭଦ୍ରକ : ଭଦ୍ରକ ବ୍ଲକ ରମ୍ଭିଲା ପଞ୍ଚାୟତ ଅଧିନ ନହରଣ ପୋଖରୀ ଖନନ ବେଳେ ଏକ ଶ୍ରୀକୃଷ୍ଣ ମୂର୍ତ୍ତି ଓ ମନ୍ଦିର ଚୁଳି ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ଭଦ୍ରକ ବ୍ଲକ ପକ୍ଷରୁ ରମ୍ଭିଲା ପଂଚାୟତ ଜରିଆରେ ସରକାରଙ୍କ ଅମୃତ ସରୋବର ଯୋଜନାରେ ଆଜି ଖନନ କାର୍ଯ୍ୟ ଚାଲିଥିଲା ବେଳେ ଏହି ଉଦ୍ଧାର ହୋଇଛି । ରମ୍ଭିଲା ପଂଚାୟତର ବରିଷ୍ଠ ନାଗରିକ ମାନଙ୍କ ସୂଚନାନୁଯାୟୀ, ମୋଗଲ ସାମ୍ରାଜ୍ୟ ପୂର୍ବରୁ ରାଜା ରାଜୁଡାଙ୍କ ଶାସନ ଅମଳରେ ଶତାଧିକ ବର୍ଷ ପୂର୍ବେ ଏହି ନହରଣ ପୋଖରୀଟି ଖୋଳା ଯାଇଥିଲା । ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ । ତେବେ ପରବର୍ତ୍ତୀ କାଳରେ ଏହା ମାଟି ଓ ପଙ୍କରେ ପୋତି ହୋଇ ପଡ଼ିଥିଲା ।

ରିପୋର୍ଟ- ପୁନିଲ୍ କୁମାର ସାମନ୍ତ, ଭଦ୍ରକ।

Leave a Reply

Your email address will not be published. Required fields are marked *