ସମ୍ପର୍କୀୟ ଅଜା ବୋଲି ବିଶ୍ୱାସ କରିବା ହେଲା କାଳ

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା l ତଳ ମଧୁଗୁଡ଼ାର ନିବାସୀ ବସନ୍ତ ପରାସେଟ ର ପୁଅ ନକୁଳ ପାରାସେଟ ବୟସ 32ରୁ ଉର୍ଦ୍ଧ ହେବ 17 ବର୍ଷିଆ ନାବାଳିକାକୁ ନାତୁଣୀ ବୋଲି କହି ସମ୍ପର୍କ ରେ ଲଗେଇଲେ କଳଙ୍କ l ଆଶାରାମ ବାପୁଜୀ କଲେଜ ର +2 ପ୍ରଥମ ବର୍ଷ ର ଛାତ୍ରୀ ଙ୍କୁ ଅପହରଣ କରିବା ସହିତ ବାରମ୍ବାର ବଳତ୍କାର କରିଥିବା ନେଇ କୋଟଗଡ ଥାନାରେ ଏକ ଏତଲା ଦେଇଛନ୍ତି ପରିବାର ଲୋକେ । ଏତଲା କୁ ଆଧାର କରି କୋଟଗଡ଼ ପୋଲିସ କେସ ନମ୍ବର 116/23/ରେ ଏକ ମାମଲା ରୁଜୁକରି ଛାନ ଭିନ କରୁଥିବା କହିଛନ୍ତି କୋଟଗଡ଼ ଥାନା ଅଧିକାରୀl ଅଭିଯୁକ୍ତ ନକୁଳ ପରାସେଟ ନାବାଳିକା ଙ୍କୁ କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ଉଠାଇ ବାଲିଗୁଡ଼ା ପରେ ବ୍ରହ୍ମପୁର ନେଇ ଯାଇଥିଲେ ସେହି ସ୍ଥାନ ରେ 16 ଦିନ ରଖି ନାବାଳିକା ଙ୍କୁ ଧମକ ଚମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁ ଆସୁଥିବା କହିଛି ନାବାଳିକାl ଯେଉଁ ଦିନ ଝିଅ କଲେଜ ରୁ ଘରକୁ ଫେରିନଥୁଲା ସେହି ଦିନ ଠୁ ପରିବାର ଲୋକ ନିଜ ସମ୍ପର୍କୀୟ ଙ୍କ ଘରେ ଖୋଜାଖୋଜି କରିଥିଲେ କିନ୍ତୁ ଝିଅର ସନ୍ଧାନ ନମିଳିବାରୁ କୋଟଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । କୋଟଗଡ଼ ପୋଲିସ ମାଦାଗୁଡ଼ା ପଞ୍ଚାୟତ ର ତଳ ମଧୁଗୁଡ଼ା ଗ୍ରାମ ବସନ୍ତ ପରାସେଟ ଙ୍କ ଘରେ ପୋଲିସ ପଚରା ଉଚରା କରିଥିଲା, ପୋଲିସର ତନାଘନା ଦେଖି ପରିବାର ଲୋକ ନକୁଳ ଙ୍କୁ ଫୋନ ମାଧ୍ୟମ ରେ ଡାକିଥିଲେ କିନ୍ତୁ ନକୁଳ ପରାସେଟ ଝିଅ ନାବାଳିକା ଙ୍କୁ ବାଲିଗୁଡ଼ା ରେ ଛାଡ଼ି ଫେରାର ହୋଇଥିବା ନାବାଳିକା ର ପରିବାର କହିଛନ୍ତି l ବର୍ତମାନ ନ୍ୟାୟ ପାଇବା ଅପେକ୍ଷା ରେ ପୀଡ଼ିତାଙ୍କ ପରିବାର ।
କନ୍ଧମାଳରୁ ଭବାନୀ ଶଙ୍କର ଜେନାଙ୍କ ରିପୋର୍ଟ