ପ୍ରଧାନଶିକ୍ଷୟତ୍ରୀ ବିଣାପାଣୀ ଧଳଙ୍କୁ ଏକାଦଶାହ ଶ୍ରଦ୍ଧାଞ୍ଜଳି।

ଭଦ୍ରକ, ୨୧/୭ – ଭଣ୍ଡାରିପୋଖରୀ ବ୍ଲକ ନଗୁଆ ପଞ୍ଚାୟତ ବାହାଦଲପୁର ଗ୍ରାମର ଦିବଙ୍ଗତ ପ୍ରଧାନଶିକ୍ଷୟତ୍ରୀ ବିଣାପାଣୀ ଧଳଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳୀ ସଭା ଶିକ୍ଷାବିତ ଉମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାବିତ ଶ୍ୟାମସୁନ୍ଦର ବାରିକ, ପ୍ରଫୁଲ୍ଲ କୁମାର ସାହୁ, ପୁରୁଷୋତ୍ତମ ଧଳ, ସୁଧାକର ମହାନ୍ତି, ମନୋରଞ୍ଜନ ଧଳ, ରାଜେନ୍ଦ୍ର କୁମାର ବେହେରା, ଘନଶ୍ୟମ ସ୍ୱାଇଁ, ହୃଷିକେଶ ଦାସ, ମନୋରମା ସାମଲ, ସୁବାସିନୀ ଧଳ, ସ୍ନେହଲତା ଦାସ, ନଟବର ସାହୁ, ଶ୍ରୀକାନ୍ତ ଦାସ, ଅନୁସୂୟା ସାହୁ, ପ୍ରମୋଦିନୀ ଜେନା, ବିଳାସିନୀ ସାମଲ, ଶୈଳବାଳା ସାହୁ, ସିଦ୍ଧାନ୍ତ ମହାନ୍ତି, ତାରିଣୀପ୍ରଭା ମହାନ୍ତି, ଅଶୋକ କୁମାର ବାରିକ ପ୍ରମୁଖ ସ୍ୱର୍ଗତ ପ୍ରଧାନଶିକ୍ଷୟତ୍ରୀଙ୍କ ସୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସୂର୍ଯ୍ୟମଣି ମହାନ୍ତି, ପ୍ରମିଳା ପରିଡା, ଗ୍ରାମବାସୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *