ଇଲେକ୍ଟ୍ରିକାଲ ଡିଷ୍ଟୃବୁଟର ଆସୋସିଏସନ୍ ର କର୍ମକର୍ତ୍ତା ନିର୍ବାଚିତ

ସୀଲକି ସିଟି ଇଲେକ୍ଟ୍ରିକାଲ ଡିସଟ୍ରିବୁଟର ଆସୋସିଏସନ ର ବ୍ରହ୍ମହପୁର ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଗଜପତି, କନ୍ଧମାଳ ତିନୋଟି ଜିଲ୍ଲା ରେ ଇଲେକ୍ଟ୍ରିକାଲ ସାମଗ୍ରୀ ହୋଲସଲ କରୁଥିବା ବ୍ରହ୍ମପୁର ର ମେମ୍ବର ମାନେ ଉକ୍ତ ନିର୍ବାଚନ କୁ ପରିଚାଳନା କରିଥିଲେ. ସର୍ବସଂମତି କ୍ରମେ ଶ୍ରୀ ଧନେଶ୍ୱର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିଲେ, ଉପସଭାପତି ଭେବେ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, ସମ୍ପାଦକ ଭାବେ ଶ୍ରୀ ହରେକୃଷ୍ଣ ମିଶ୍ର, ଯୁଗ୍ମ ସମ୍ପାଦକ ଭାବେ ଶ୍ରୀ ସୁବାସ ଚନ୍ଦ୍ର ସାହୁ. କୋଷାଧକ୍ଷ ଭାବେ ଶ୍ରୀ ପି ସଦାନନ୍ଦ ଏବଂ ନିର୍ଦେଶକ କମିଟି ଭାବେ ଶ୍ରୀ ଭେଙ୍କେଟ ଆନନ୍ଦ, ଶ୍ରୀ ସଂଗ୍ରାମ କେଶରୀ ଦାସ, ମାଧଵଚନ୍ଦ୍ର ସାବତ, କେ ମୋହନ ରାଓ, ଏନ. ଜିତେନ୍ଦ୍ର, ch. କ୍ରିଷ୍ଣା ରାଓ ସୁବୁଦ୍ଧି. ନିର୍ବାଚତ ହୋଇଥିଲେ. ଉକ୍ତ ଆସୋସିଏସନ ର ମୂଳ ଲକ୍ଷ୍ୟ ହେଲା, ଖୁଚୁରା ବ୍ୟବସାୟୀଙ୍କ ସହିତଉତ୍ତମ ସମ୍ପର୍କ ତଥା ଜନସାଧାରଣଙ୍କୁଉଚିତ ମୂଲ୍ୟରେ ଦ୍ରବ୍ୟ ବିତରଣ ଓସମାଜ କଲ୍ୟାଣ କାର୍ଯ୍ୟରେ ଜନସାଧାରଣଙ୍କ ସେବା କରିବା ।

Leave a Reply

Your email address will not be published. Required fields are marked *