ବିଭିନ୍ନ ମତଦାନ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ବୈଠକ ଅନୁଷ୍ଠିତ
![](https://teerthkhetra.com/wp-content/uploads/2023/08/WhatsApp-Image-2023-08-04-at-7.00.06-PM-1024x768.jpeg)
ପୁରୀ : ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲା ର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ର ସ୍ଥାନ ଓ ନାମ ପରିବର୍ତ୍ତନ କାର୍ଯ୍ୟ ପରିପ୍ରେକ୍ଷୀରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ଭୋଟର ତାଲିକା କୁ ସ୍ୱଛ, ତୃଟି ଶୂନ୍ୟ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ।ତେବେ ଯୁବ ଭୋଟର ମାନଙ୍କୁ ସାମିଲ ସହ ଯେପରି ସେମାନେ ନିଶ୍ଚିତ ମତଦାନ କରି ଗଣତନ୍ତ୍ର କୁ ସୁଦୃଢ କରିବେ ସେଥିପାଇଁ ସମସ୍ତେ ସଚେତନ କରାଇବାକୁ ଅନୁରୋଧ କରିଥିଲେ।ଭୋଟର ମାନଙ୍କ ସୁବିଧା ପାଇଁ ନିର୍ବାଚନ କମିଶନ କୌଣସି ବୁଥରେ ସର୍ବାଧିକ ୧୫୦୦ ଭୋଟର ରହିପାରିବାର ନିର୍ଦେଶାନାମା ଜାରି କରିଥିବାରୁ ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୧୫୦୦ ରୁ ଅଧିକ ଭୋଟର ରହିଥିବାରୁ ଅତିରିକ୍ତ ୫ ଗୋଟି ବୁଥ କରାଯିବାର ପ୍ରସ୍ତାବ ଦିଆଯାଇଛି।ଏହି ବୁଥ ଗୁଡିକ ହେଲା ୩୪,୩୭,୪୯, ୧୩୩ ଓ ୧୩୪।ସେହିପରି ୧୦୯ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୮ ନମ୍ବର ବେଣାଗାଁ ବୁଥ ରେ ୧୫୦୦ ରୁ ଅଧିକ ଭୋଟର ଥିବାରୁ ୪୭୮ ଜଣ ଭୋଟର ଙ୍କୁ ୨୯ ବେଣାଗାଁ ମତଦାନ କେନ୍ଦ୍ର ରେ ସାମିଲ କରାଗଲା। ।ସେହିପରି ୧୦୫ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ୮୬ ନମ୍ବର ବୁଥ ଓଟାଙ୍ଗ ପ୍ରାଥମିକ ବିଦ୍ୟାଳୟ ପରିବର୍ତ୍ତେ ଅଲଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ , ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫୨ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତେ ଇଛାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୧୫୮ ଅଣ୍ଡରା ପ୍ରାଥମିକ ବିଦ୍ୟାଳୟ ପରିବର୍ତ୍ତେ ଆଳିଚର ପ୍ରାଥମିକ ଵିଦ୍ୟାଳୟ କରାଯିବାର ପ୍ରସ୍ତାବକୁ ଅନୁମୋଦନ କରାଯାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ପ୍ରେରଣ କରାଗଲା। ଏହି ବୈଠକରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୁ, ରାମଚନ୍ଦ୍ର ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ ରାଜବଲ୍ଲଭ ନାୟକ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର କର୍ମଚାରୀ ମାନସ ପାତ୍ର, ପ୍ରିୟରଞ୍ଜନ ଦାସ,ପ୍ରମୋଦ କୁମାର ବେହେରା, ମନୋରଞ୍ଜନ ପାଢ଼ୀ ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।