ପିପିଲିରେ ବିଦ୍ୟୁତ ସମସ୍ୟାର ହେବ ସ୍ଥାୟୀ ସମାଧାନ

ପିପିଲିରେ ବିଦ୍ୟୁତ୍ ସମସ୍ୟାର ହେବ ସମାଧାନ । ଡିସେମ୍ବର ସୁଦ୍ଧା ମଙ୍ଗଳପୁର ନିକଟ ଠଣଠଣା ୧୩୨ / ୩୩ କେଭି ବିଦ୍ୟୁତ୍ ଗ୍ରୀଡ୍ ସବ୍ଷ୍ଟେସନରୁ ପିପିଲିକୁ ୩୩କେଭି ବିଦ୍ୟୁତ୍ ଯୋଗାଣ ହେବ ବୋଲି ପ୍ରତିଶୃତି ଦେଇଛି ଟିପିଏସ୍ଓଡିଏଲ୍ ।ସ୍ଥାନୀୟ ବିଧାୟକ ଙ୍କ ସହିତ ଟିପିସିଓଡିଏଲ୍ ଅଧିକାରୀ ଙ୍କ ଆଲୋଚନା ପରେ ନୂତନ ଗ୍ରୀଡ଼ ବୁଲି ଦେଖିଛନ୍ତି ଶକ୍ତି ବିଭାଗ ସଚିବ ନୀକୁଞ୍ଜ ବିହାରୀ ଧଳ।ଏଥିପାଇଁ ୧୫ କୋଟି ଟଙ୍କା ବିଭାଗ ପକ୍ଷରୁ ମଞ୍ଜୁର ହୋଇ ସାରିଥିବା ବେଳେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଟିପିସିଓଡିଏଲ୍ ସିଇଓ ଅରବିନ୍ଦ ସିଂହ ସୂଚନା ଦେଇଛନ୍ତି ।ଏଥିସହ ନିମାପଡ଼ାସ୍ଥିତ ଦିଘାଳ ଗ୍ରୀଡ୍ରୁ ପିପିଲିକୁ ସଂଯୋଗ ହୋଇଥିବା ୩୩କେଭି ଫିଡର ଲାଇନ୍ର ନବୀକରଣ ଓ ମରାମତି କାର୍ଯ୍ୟ ୧୫ଦିନ ମଧ୍ୟରେ ଆରମ୍ଭ କରାଯାଇ ସେପ୍ଟେମ୍ବର ୧୫ ସୁଦ୍ଧା ଶେଷ କରାଯିବ।ଏନେଇ ପିପିଲିସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଧାୟକ ରୁଦ୍ରପ୍ରତାପଙ୍କ ସହିତ ସିଇଓ ଅରବିନ୍ଦ ସିଂହ ଆଲୋଚନା କରିଛନ୍ତି।ବାଳକାଟି ନିକଟବର୍ତ୍ତି ପ୍ରତାପଶାସନ ଗ୍ରୀଡ୍ରୁ ତ୍ରାହିଅଚ୍ୟୁତ ନଗର ପିଏସ୍ଏସ୍ ଦେଇ ପିପିଲିକୁ ୩୩କେଭି ଲାଇନ୍ ସଂଯୋଗ କରାଯିବା ଦ୍ଵାରା ପିପିଲିକୁ ମୋଟ ୩ଟି ୩୩ କେଭି ଲାଇନ୍ ସଂଯୋଗ ରହିବ ।ତେଣୁ ପିପିଲିରେ ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ବିଧାୟକ କହିଛନ୍ତି।
