ଶିମିଳିପାଳରେ ଦନ୍ତାହାତୀ ଶିକାର

ବାରିପଦା ଅଫିସ,୧ା୫: ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀ ଶିକାର ଘଟଣାର ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ଡିସିଏଫ୍‌ ଯୁଗ୍ମ ଟାସ୍କଫୋର୍ସ ସହିତ ଘଟଣାସ୍ଥଳକୁ ଯାଇଛନ୍ତି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗେନାନୀ ସଦଳବଳ ତାଙ୍କ ସହିତ ଯାଇଛନ୍ତି। ଶନିବାର ରାତିରେ ବନକର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନପ୍ରାଣୀ ବନଖଣ୍ଡର ନଅଣା ଦକ୍ଷିଣ ବା ଧୁଡରୁଚମ୍ପା ରେଞ୍ଜର ନେଙ୍କଡାନଚା ବିଟ୍‌ରେ ଏକ ଦନ୍ତାହାତୀର ମୃତହେହକୁ ଠାବ କରିଥିଲେ। ଏହି ଘଟଣାକୁ ନେଇ ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

ସୂଚନା ଥାଉ କି, ଗତ ୨ ସପ୍ତାହ ତଳେ ବିଭାଗ ପକ୍ଷରୁ ୪ଟି ହାତୀଦାନ୍ତ ଜବତ ସହିତ ଜଣେ ଶିକାରୀକୁ ଗିରଫ କରିଥିଲେ। ତେବେ ଘଟଣାରେ ଜଡ଼ିତ ଅନ୍ୟ ୩ ଶିକାରୀ ଅଦ୍ୟାବଧି ଫେରାର ରହିଛନ୍ତି। ବନ ବିଭାଗର ଅପରିଣାମଦର୍ଶିତା ଓ ନିଷ୍କ୍ରିୟତା ଯୋଗୁ ନିରୀହ ବନ୍ୟପ୍ରାଣୀ ଶିକାରୀ ଦ୍ବାରା ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ପରିବେଶବିତ୍‌ମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *