ସଂଚୟପକ୍ଷ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତା

, ପୁରୀ ୧୭/୧୧ ଜିଲ୍ଲା ପ୍ରଶାସନ ଏବଂ ସଂଚୟ ଆର୍ଥିକ ସେବା ସଂଗଠନ ଦ୍ୱାରା ସଂଚୟ ପକ୍ଷ ପାଳନ ଅବସରରେ ପୁରୀ ଜିଲ୍ଲା ସ୍କୁଲ ସମ୍ମିଳନୀ କକ୍ଷରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଜୁନିୟର ବର୍ଗରେ ବିଷୟ ଥିଲା “ସ୍ୱଳ୍ପ ସଂଚୟର ଆବଶ୍ୟକତା ଓ ସାଇବର ଠକାମୀ। ଜୁନିୟର ବର୍ଗରେ ଆରାଧନା ମହାନ୍ତି (ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ), ପୁର୍ଣିମା ବେଜ (ସୁଖଲତା ନୋଡାଲ ଉଚ୍ଚ ବିଦ୍ୟାଳୟ ) ଓ ଜୟଶ୍ରୀ ସେଠି (ବି. ଏସ.ଏସ. ପି ବିଦ୍ୟାମନ୍ଦିର ) ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଡା. ଶରତ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରେ ଜିଲ୍ଲା ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିଭୁତି ଭୂଷଣ ନାୟକ, ସ୍କୁଲ ଶିକ୍ଷକ ବୃନ୍ଦ, ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରାଯାଇଥିଲ। ଶ୍ରୀ ନାୟକ ସ୍ୱାଗତ ଭାଷଣ ଦେବାସହ ସରକାରଙ୍କ ବିଭିନ୍ନ ସ୍ୱଳ୍ପ ସଂଚୟ ଯୋଜନା ବିଷୟରେ ଉପସ୍ଥାପନା କରିଥିଲେ। ଏହା ଛଡା କୃତି ପ୍ରତିଯୋଗୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପୁରସ୍କାର ରାଶି ଜମା କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ। ସେହିପରି ସ୍ୱଳ୍ପ ସଂଚୟ ଜମା ରାଶି ବୃଦ୍ଧିରେ ପୁରୀ ଜିଲ୍ଲାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅଭିକର୍ତ୍ତା ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଡାକ ଘର ପୌନ ପୁନିକ ଜମା ରାଶି ବୃଦ୍ଧିରେ ଅସ୍ତରଙ୍ଗ ଉପଡାକଘରର ସାରଥୀ ମଲ୍ଲିକ ପ୍ରଥମ, ପିପିଲି ଉପଡାକଘରର ଗୁଲନହର ବେଗମ ଦ୍ଵିତୀୟ ଓ କାକଟପୁର ଉପଡାକଘରର ନର୍ମଦା ପାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଡାକ ଘରର ମାସିକ ଆୟ ଯୋଜନା ଜମା ରାଶି ବୃଦ୍ଧିରେ ପୁରୀ ମୁଖ୍ୟ ଡାକଘରର ଅଭିକର୍ତ୍ତା ଶ୍ରୀମତୀ କବିତାରାଣୀ ମହାନ୍ତି, ଶ୍ରୀ ପ୍ରଦୀପ୍ତ କୁମାର ପୃଷ୍ଟି ଓ ମନୋରଞ୍ଜନ ପୃଷ୍ଟି ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

Leave a Reply

Your email address will not be published. Required fields are marked *