ଟୁଇଟର ସିଇଓ ପଦରୁ ଇସ୍ତଫା ଦେବେ ଏଲନ୍‌ ମସ୍କ

ଓ୍ବାଶିଂଟନ,୧୨ା୫: ଗୁରୁବାର ବିଳମ୍ବିତ ରାତିରେ ଟୁଇଟ୍‌ କରି ଏଲନ୍‌ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ବାସ୍ତବରେ ମସ୍କ ଟୁଇଟ୍‌ରେ ସିଇଓ ପଦ ଛାଡ଼ିବାକୁ କହିଛନ୍ତି। ସେ ଟୁଇଟରର ନୂତନ ସିଇଓ ଚୟନ କରିଛନ୍ତି ବୋଲି ଟୁଇଟ୍‌ କରି କହିଛନ୍ତି।

ଯଦିଓ ସେ ନୂତନ ସିଇଓଙ୍କ ନାମ ପ୍ରକାଶ କରିନାହାନ୍ତି କିନ୍ତୁ ତାଙ୍କ ଟୁଇଟରରୁ ଜଣାପଡିଛି ଯେ, ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର ସିଇଓ ପଦ ପାଇଁ ଜଣେ ମହିଳା କର୍ମଚାରୀ ଚୟନ କରିଛନ୍ତି।

ମସ୍କ ଟୁଇଟରରେ ଲେଖିଛନ୍ତି, ମୁଁ ଘୋଷଣା କରି ଖୁସି ଯେ, ମୁଁ ଟୁଇଟରର ନୂତନ ସିଇଓ ଚୟନ କରିଛି। ସେ ୬ ସପ୍ତାହରେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ମୋର ଭୂମିକା ଟୁଇଟରରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏବଂ ସିଟିଓ ରୂପରେ ପରିବର୍ତ୍ତନ ହେବ।

ଏହା ପୂର୍ବରୁ ମସ୍କ କହିଥିଲେ, କମ୍ପାନୀ ନିଷ୍କ୍ରିୟ ଆକାଉଣ୍ଟ ହଟାଇବ। ସେ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, ମୁଁ ଆକାଉଣ୍ଟ ସଫା କରୁଛି। ଯେଉଁଥିରେ ଅନେକ ବର୍ଷ ଧରି କୌଣସି କାର୍ଯ୍ୟକଳାପ ନ ଥିଲା, ତେଣୁ ଆପଣ ବୋଧହୁଏ ଫଲୋଅର୍ସଙ୍କ ସଂଖ୍ୟାରେ ହ୍ରାସ ଦେଖିବେ।

Leave a Reply

Your email address will not be published. Required fields are marked *