ଏଲନ ମସ୍କଙ୍କ ଘୋଷଣା: ଆଜିଠୁ ହଟିବ ଟୁଇଟରରୁ ବ୍ଲୁ ଟିକ୍‌

ଓ୍ବାଶିଂଟନ,୨୦।୪: ଏପ୍ରିଲ ୨୦ ଅର୍ଥାତ୍‌ ଆଜିଠୁ ଟୁଇଟରରେ ବ୍ଲୁ ଟିକ୍‌ ହଟିବ। ଏନେଇ ଟୁଇଟର ସିଇଓ ଏଲନ ମସ୍କ ନିକଟରେ ଘୋଷଣା କରିଥିଲେ। ସେ କହିଥିଲେ, ଏପ୍ରିଲ ୨୦ରୁ ଟୁଇଟରରୁ ବ୍ଲୁ ଟିକ୍‌ ମାର୍କ ହଟାଯିବ। ଯଦି କିଏ ବ୍ଲୁ ଟିକ୍‌ ଚାହୁଁଛନ୍ତି, ତେବେ ପାଇଁ ମାସିକ ଚାର୍ଜ ଦେବାକୁ ପଡିବ। ଯାହାପରେ ଆକାଉଣ୍ଟରେ ବ୍ଲୁ ଟିକ ମାର୍କ ଆକ୍ଟିଭ ହୋଇଯିବ।

୨୦୦୯ରେ ବ୍ଲୁ ଟିକ୍‌ ଆରମ୍ଭ ହୋଇଥିଲା। ଏହି ଟିକ ମାର୍କ ସମସ୍ତ ଉପଭୋକ୍ତାଙ୍କୁ ଦିଆଯାଇନାହିଁ। କେବଳ ରାଜନୈତିକ ନେତା, ସେଲିବ୍ରିଟି, ସାମ୍ବାଦିକ ଏବଂ ପ୍ରଭାବଶାଳୀ ଲୋକଙ୍କୁ ବ୍ଲୁ ଟିକ୍‌ ଦିଆଯାଉଥିଲା। ସେମାନଙ୍କ ଆକାଉଣ୍ଟ ଯାଞ୍ଚ କରିବା ପରେ ବ୍ଲୁ ଟିକ୍‌ ମାଗଣାରେ ମିଳୁଥିଲା।

Leave a Reply

Your email address will not be published. Required fields are marked *