ବନ୍ଦ ହୋଇଯିବ କି ଏଲନ ମସ୍କଙ୍କ ‘X’ ?

‘X’ ର ରେଭନ୍ୟୁ ଧିରେଧିରେ ହ୍ରାସ ପାଇବାରେ ଲାଗିଛି । ବଡ ବଡ ବ୍ରାଣ୍ଡ ମସ୍କଙ୍କଠାରୁ ଦୂରେଇ ଯାଉଛନ୍ତି । ତେବେ ସତରେ କ’ ଣ ବନ୍ଦ ହୋଇଯିବ ‘X’! ଏଲନ ମସ୍କଙ୍କ ଜିଦ୍ ଓ ସଠିକ ପ୍ଲାନର ଅଭାବ ଯୋଗୁଁ ‘X’ ର କ୍ଷତି ଘଟିଛି । ଏଲନ ମସ୍କ ମାର୍କେଟ ଷ୍ଟ୍ରାଟେଜି ନଦେଖି ଅନେକ ଯୋଜନା ଆରମ୍ଭ କରିଥିଲେ ମାତ୍ର ତାଙ୍କର ସବୁ ଯୋଜନା ଫେଲ୍ ମାରିବାରେ ଲାଗିଛି ।

ଏଲନ ମସ୍କ ବହୁତ ବଡ ଆଶା ନେଇ ଟୁଇଟରକୁ କ୍ରୟ କରିଥିଲେ । ଯାହା ବର୍ତ୍ତମାନ ‘X’ ଭାବରେ ନାମିତ ହୋଇଛି । ଏହାକୁ ଆହୁରି ଲୋକପ୍ରିୟ କରାଇବାକୁ ମସ୍କ ଏହାରି ଭିତରେ ସବସ୍କ୍ରିପସନ ମଡେଲ ଲାଗୁ କରିଛନ୍ତି । ଏସୀୟ ଓ ୟୁରୋପୀୟ ଦେଶରେ ଗୋଟିଏ ସବସ୍କ୍ରିପସନ ରେଟ୍ ରଖିବା ବୋଧହୁଏ ତାଙ୍କର ସଠିକ ପଦକ୍ଷେପ ନଥିଲା । ଏହା ଫଳରେ  ‘X’ ପ୍ଲାଟଫର୍ମର ଆକ୍ଟିଭ ୟୁଜର୍ସଙ୍କ ସଂଖ୍ୟା ହ୍ରାସ କରିଥିଲା ।
ଏହାରି ଭିତରେ ଆପଲ୍, ଡିଜନୀ, ଆଇବିଏମ୍ ଭଳି କମ୍ପାନୀ ମସ୍କଙ୍କଠାରୁ ଦୂରେଇ ଯାଇଛନ୍ତି । ଏହି ସବୁ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ର ଆୟର ମୁଖ୍ୟ ରାସ୍ତା ଥିଲେ । ଏହି କମ୍ପାନୀଗୁଡିକ ‘X’କୁ ଦେଉଥିବା ସମସ୍ତ ବିଜ୍ଞାପନ ରେଭିନ୍ୟୁ ମଧ୍ୟ ବନ୍ଦ କରିଦେଇଛନ୍ତି । ମସ୍କ ବାରମ୍ୱାର ‘X’ର ନିୟମ ବଦଳାଇବା ଫଳରେ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *