ରାୟଗଡ଼ା ଜିଲ୍ଲା ଓଡ଼ିଶା ପ୍ରଶାସନିକ ଅଧିକାରୀ ସଂଘ ର ଜରୁୀକାଳୀନ ବୈଠକ
ତା ୨୫.୦୫.୨୩ ରିଖ ରାୟଗଡ଼ା ଜିଲ୍ଲା ଓଡ଼ିଶା ପ୍ରଶାସନିକ ଅଧିକାରୀ ସଂଘ ର ଜରୁୀକାଳୀନ ବୈଠକ ସ୍ଥାନୀୟ Circuit House ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଜିଲ୍ଲା ର ଅନ୍ୟତମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ଼ା ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ , ଗୁଣୁପୁର ଏବଂ ରାୟଗଡ଼ା, ପ୍ରକଳ୍ପ ପ୍ରଶାସକ, ଗୁଣୁପୁର ଏବଂ ରାୟଗଡ଼ା,ସମସ୍ତ ଓଏଏସ ଅଧିକାରୀ ଯଥା ସମସ୍ତ ଗୋଷ୍ଠି ଉନ୍ନୟନ ଅଧକାରୀ, ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର ,OAS TROs ମାନେ ଯୋଗଦାନ କରିଥିଲେ। ବୈଠକ ରେ ବିଗତ ଦିନ ମାନଙ୍କ ରେ ଯୋଉ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରା ଯାଇଥିଲା ସେଇ ବିଷୟ ରେ ପ୍ରଗତି ତଥା ତର୍ଜମା କରାଗଲା। ଆଉ ଆଗାମୀ ଦିନ ମାନଙ୍କ ରେ କରିବାକୁ ଥିବା ବିଭିନ୍ନ ବିଷୟ ରେ ଆଲୋକପାତ କରାଗଲା। ଜିଲ୍ଲା ଓଏଏସ୍ ସଂଘ ତରଫରୁ ଦୁଇ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପଦନ୍ନତୀ ଏବଂ ସେମାନଙ୍କ ଉଜ୍ଜ୍ଜଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଗଲା। ଶେଷ ରେ ସୁଶ୍ରୀ ପ୍ରଭାତୀ ଝୋଡିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାମନାଗୁଡା ଏବଂ ମୁଖପାତ୍ର, ଜିଲ୍ଲା ଓଏଏସ୍ ସଂଘ, ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଆଉ ଆଗାମୀ ଦିନ ରେ ସଂଘ କୁ ଅଧିକ ସକ୍ରିୟ କରିବା ପାଇଁ ସମସ୍ତ ଓଏଏସ୍ ଅଧିକାରୀ ଙ୍କୁ ଅନୁରୋଧ କରୁଥିଲେ।