ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର ।

ଭଣ୍ଡାରିପୋଖରୀ,୨୦ା୭: ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବିଶୋଳ ହରିଜନସାହିର ଉମାକାନ୍ତ ଜେନା ନିଜ ବାଡିରୁ ଘାସ ସଫା କରିବା ବେଳେ ବିରଳ ପ୍ରଜାତିର ଏଣ୍ଡୁଅ ମଙ୍ଗଳବାର ଉଦ୍ଧାର କରିଥିବା ଜଣାଯାଇଛି । ଏହି ଏଣ୍ଡୁଅକୁ ଦେଖିବା ପାଇଁ ବହୁ ଲୋକ ଭିଡଲାଇଛନ୍ତି । ଏଣ୍ଡୁଅକୁ ବନ ବିଭାଗକକୁ ହସ୍ତାନ୍ତର କରିବା ପାଇଁ ଯୋଗଯୋଗ କରାଯାଇଛି ବୋଲି ଜଣାଯାଇଛି ।