ଇଂରାଜୀ ନବ ବର୍ଷ ପାଳନ

ପୁରୁଣା ବର୍ଷ ର ସମସ୍ତ କଷ୍ଟ, ମାନସିକ ଅବସାଦ ଓ ଦୁଶ୍ଚିନ୍ତାକୁ ଭୁଲି ନୂଆବର୍ଷକୁ ନୂଆ ଉତ୍ସାହର ସହ ସ୍ୱାଗତ କରିବା ପାଇଁ ରାଜଧାନୀ ଦିଲ୍ଲୀ ର ପ୍ରବାସୀ ଓଡ଼ିଆ ମାନେ ଆଜି ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ଇଂରାଜୀ ନବ ବର୍ଷ ପାଳନ କରୁଥିବା ବେଳେ ସ୍ଥାନୀୟ କୋଟଲା ମବାରକପୁର ଗୋଲେଇ ଛକ ରେ ଥିବା ପୁରାତନ ଶିବ ମନ୍ଦିର ରେ କିନ୍ତୁ ପ୍ରବାସୀ ଓଡ଼ିଆ ମାନେ ଏକ ନିଆରା ଢଙ୍ଗରେ ନୂତନ ବର୍ଷ ପାଳନ କରୁଥିବା ଦେଖାଦେଇଥିଲା. ଶୀତଳଷଷ୍ଠୀ କମିଟି ତରଫରୁ ଗତ ବର୍ଷ ସ୍ଥାପନା କରାଯାଇଥିବା ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀ ଙ୍କୁ ସକାଳେ ପୂଜା ଅର୍ଚନା କରାଯାଇଥିଲା. ଏହି ଅବସରରେ ମା ସ୍ୱାମୀ ଦିବ୍ୟ ସୁରୂପାନନ୍ଦ ଦିବ୍ୟ ଜୀବନ ସଙ୍ଘ, ଶିବାନନ୍ଦ ଆଶ୍ରମ କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ର ନିର୍ଦ୍ଧେଶ ରେ ସମସ୍ତ ଙ୍କ ମନ ମଧ୍ୟରେ ସେବା, ପ୍ରେମ, ଭାତୃତ୍ୱ ଭାବ ଜାଗୃତ କରାଇବା ଓ ସଦଭାବନା ପାଇଁ ଆନୁମାନିକ ଏକ ହଜାର ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆ ଓ ସ୍ଥାନୀୟ ବାସିନ୍ଦା ଙ୍କ ଉପସ୍ଥିତି ରେ ମନ୍ଦିର ରେ ବିଶ୍ୱ ଶାନ୍ତି ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା.ଏହି ପରିପ୍ରେକ୍ଷୀରେ ଆୟୋଜକ ମାନଙ୍କ ତରଫରୁ ଭକ୍ତି ନୈବେଦ୍ୟ “ଭଜନ, ଜଣାଣ” ଭିତ୍ତିକ କାର୍ଯ୍ୟକ୍ରମ କରାଯିବା ସହ ପୂର୍ବାହ୍ନ ଏଗାରଟା ଠାରୁ ସନ୍ଧ୍ୟା ଯାଏ ବିଶାଳ ଭଣ୍ଡରା (ପ୍ରସାଦ ସେବନ )ର ଆୟୋଜନ କରାଯାଇଥିଲା. ଏହି କାର୍ଯ୍ୟକ୍ରମ କୁ ଶିବ ପରିବାର ତଥା ଶୀତଳ ଷଷ୍ଠୀ କମିଟି ତରଫରୁ ଡ. ପ୍ରକାଶ ଷଡ଼ଙ୍ଗୀ, ଦିଲ୍ଲୀ ର ବାବା ବୈକୁଣ୍ଠନାଥ ବ୍ରହ୍ମ୍ମଚାରି ପ୍ରଚାର ସମିତି ତରଫରୁ ନିର୍ମଳ ଧଳ, ଜଗନ୍ନାଥ କୀର୍ତ୍ତନ ମଣ୍ଡଳୀ ର କିଛି ପ୍ରମୁଖ ସଦସ୍ୟ, ଗଜେନ୍ଦ୍ର ସାହୁ ଓ ସନ୍ଦୀପ ମହାପାତ୍ର, ରୋଜି ମହାପାତ୍ର ପ୍ରମୁଖ ପରିଚାଳନା କରିଥିବା ଦେଖାଦେଇ ଥିଲା |

ଦିଲ୍ଲୀ ରୁ ଲଷ୍ମୀନାରାୟଣ ବେବର୍ତ୍ତା reporter

Leave a Reply

Your email address will not be published. Required fields are marked *