ପରିବେଶର ସୁରକ୍ଷା ଓ ଡେଙ୍ଗୁରୁ ରକ୍ଷା। ଲିଙ୍ଗରାଜ ମନ୍ଦିର ନିକଟ ଶହତ୍ସ ଶିବ ଲିଙ୍ଗ ପୁଷ୍କରିଣୀର ଦଳ ସଫେଇ

ଭୁବନେଶ୍ୱର, ୨/୮: ଶହତ୍ସ ଲିଙ୍ଗ ପୁଷ୍କରିଣୀ ତଥା ଦେବର ପାଦହରା ପୁଷ୍କରିଣୀରେ ଦଳ ଭର୍ତ୍ତି । ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ଏହି ପୁଷ୍କରିଣୀର ଚାରିପଟେ ୧୦୮ଶିବ ଲିଙ୍ଗ ମନ୍ଦିର ଥିବାରୁ ଏହା ପର୍ଯ୍ୟଟକଙ୍କ ଅକର୍ଷଣୀୟ କେନ୍ଦ୍ର । ହେଲେ ଦଳ ଭର୍ତ୍ତି ଯୋଗୁଁ ପରିବେଶ ନଷ୍ଟ ହେବା ସହ ଡେଙ୍ଗୁ ଭୟ ସୃଷ୍ଟି କରିଛି । ପରିବେଶର ସୁରକ୍ଷା ଓ ଡେଙ୍ଗୁରୁ ରକ୍ଷା ପାଇଁ ଏଥିରେ ଥିବା ଦଳକୁ ସଫେଇ ଆରମ୍ଭ ହୋଇଛି । ସେବା ପ୍ରତିନିଧି ପକ୍ଷରୁ ଆୟାଜିତ ଏହି କାର୍ଯ୍ୟକ୍ରମରେ ପିଡିଏଚ୍ଆର୍ଆଇର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ ଯୋଗଦେଇ ସଫେଇ କରିବା ସହ ପରିବେଶ ସମ୍ପର୍କରେ ସଚେତନ କରିଥିଲେ । ସେବା ପ୍ରତିନିଧିର ନିଳମଣି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଶୋକ ମହାରଣା, ସରୋଜ କୁମାର ମହାନ୍ତି ଓ ବହୁ ସଭ୍ୟ ସାମିଲ ହୋଇଥିଲେ । ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ନିୟମିତ ସଫେଇ ହେବ ବୋଲି କୁହାଯାଇଛି ।