ବିଭିନ୍ନ ଦଫା ଦାବି ନେଇ ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ

Date-29/04/25*ବିଭିନ୍ନ ଦଫା ଦାବି ନେଇ ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନଆଙ୍କର-ଅଖିଳ ଭାରତ ପେନସନ ଆସୋସିଏସନ ଆହ୍ୱାନରେ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ଶାଖାର କର୍ମକର୍ତ୍ତାମାନେ ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ଇପିଏଫ ପେନସନଧାରୀମାନଙ୍କୁ ୨୦୧୪ ମସିହାରୁ କେନ୍ଦ୍ର ସରକାର ମାସକୁ ୧୦୦୦ ଟଙ୍କା ପ୍ରଦାନ କରୁଥିବା ବେଳେ ଉକ୍ତ ଅର୍ଥକୁ ୯୦୦୦ ଟଙ୍କାକୁ ବୃଦ୍ଧି କରିବା,ମହଙ୍ଗା ଭତ୍ତା ପ୍ରଦାନ କରିବା,ମେଡିକାଲ ସୁବିଧା ଯୋଗାଇଦେବା ପାଇଁ ଆସୋସିଏସନ ଦାବି କରିଛି ।ଦୀର୍ଘ ଦିନରୁ କେନ୍ଦ୍ର ସରକାରଙ୍କ ନିକଟରେ ଆସୋସିଏସନ ପକ୍ଷରୁ ସମସ୍ତ ଦାବି ଗୁଡିକୁ ପୂରଣ କରିବାକୁ ଦାବି କରାଯାଉଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ ।ସରକାରଙ୍କ ତୁରନ୍ତ ଏହାର ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆସୋସିଏସନ ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *