ରାୟଗଡ଼ା ଜିଲ୍ଲା ଉନ୍ନୟନ ସମୀକ୍ଷା ନାଁ ରେ ତୁଟି ଗଲାକି ସୁଧୀର ଓ ଭାସ୍କରଙ୍କ ଗୋଷ୍ଠୀ ବିବାଦ!ର

ରାୟଗଡ଼ା ଜିଲ୍ଲା ଉନ୍ନୟନ ସମୀକ୍ଷା ନାଁ ରେ ତୁଟି ଗଲାକି ସୁଧୀର ଓ ଭାସ୍କରଙ୍କ ଗୋଷ୍ଠୀ ବିବାଦ!ରାୟଗଡା ଗସ୍ତରେ ଆସିଛନ୍ତି ବିଜେଡି ସରକାରଙ୍କର ଦୁଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ଜଗନ୍ନାଥ୍ ସାରକାଙ୍କ ସମେତ ବବି ଦାସ ।5T ସଚିବ ପଣ୍ଡିଆନଙ୍କ ରାୟଗଡ ଜିଲ୍ଲା ଗ୍ରସ୍ତ ପୂର୍ବରୁ ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳର ଏହା ଏକ ତାଳି ପକା କାର୍ଯ୍ଯ କ୍ରମ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ମାତ୍ର ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ଆମର ଜଣେ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ରାୟଗଡାରେ କିଛି କନ୍ଦଳ ନାହି । ଆମେ ଲୋକଙ୍କର ପାଣି ସମସ୍ୟା ଦୂର କରିବାକୁ ଆସିଛୁ । ଜିଲ୍ଲା ଯୋଜନା ବୈଠକ କରି ସବୁ ସମସ୍ୟା ସମାଧାନ କରିବାକୁ ଆମେ ଏକାଠି ବସିଛୁ । ଏହି ବୈଠକରେ ଗୁଣୁ ପୁର ବିଧାୟକ, ପୂର୍ବତନ ସାଂସଦ ଶ୍ରୀ ଏନ୍ ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ ଯୋଜନା ରାଜ୍ୟ ଉପଦେଷ୍ଟା ସୁଧୀର କୁମାର ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ସରସ୍ବତୀ ମାଝୀ, ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ଅଧ୍ୟକ୍ଷା ଆନୁସୁୟା ମାଝୀ ପ୍ରମୁଖ ଯୋଗ ଦେଇଥିବା ବେଳେ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଅନୁପସ୍ଥିତ ଥିବା ଜଣା ପଡିଛି । ଆସନ୍ତା ୨୪ସାଧାରଣ ନିର୍ବାଚନ ପୂର୍ବରୁ ଏହା କେତେ ଫଳ ପ୍ରଦ ହେବ ସମୟ ହିଁ କହିବ ।
ରାୟଗଡାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।