୪୫ବର୍ଷ ପରେ ବି ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହାନ୍ତି ବିଦ୍ୟୁତ ବିଭାଗ…


ସମ୍ବଲପୁର ମହାନଗର ନିଗମ,(ୱାର୍ଡ ନମ୍ବର୪୧ ) ଛତାବର ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ୪୫ବର୍ଷ ପରେ ବି ସୁରକ୍ଷା ବଳୟଠୁ ବହୁ ଦୂରରେ…
ସମ୍ବଲପୁର ୬/୮- ଆଜିକୁ ପ୍ରାୟ ୪୫ ବର୍ଷ ପୂର୍ବେ ସମ୍ବଲପୁର ସହରଠୁ ୭ କିଲୋମିଟର ଦୂରରେ ଅବସ୍ଥିତ ଛତାବର ଗ୍ରାମରେ ସ୍ଥାପନା କରାଯାଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ବର୍ତ୍ତମାନ ମଧ୍ୟ ସୁରକ୍ଷା ବଳୟଠୁ ବହୁଦୂରରେ ରହିଯାଇଛି l ପୂର୍ବରୁ ଗୁଣ୍ଡେରପୁର ଗ୍ରାମ ପଂଚାୟତ ଏବଂ ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମର ଏକଚାଳିଶ (୪୧)ନମ୍ବର ୱାର୍ଡରେ ଛତାବର ଗ୍ରାମ ଅବସ୍ଥିତ l ଏହି ଗ୍ରାମ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ମାଟିଖାଇକୁ ଯାଇଥିବା ବେଳେ ଏହି ଟ୍ରାନ୍ସଫର୍ମର ଗ୍ରାମରେ ମୁଖ ଦ୍ୱାରରେ ଅବସ୍ଥିତ l ଏହି ରାସ୍ତା ଦେଇ ଶହଶହ ସଂଖ୍ୟା ରେ ଯାନବାହାନ ନିୟମିତ ଚଳାଚଳ କରୁଥିବା ବେଳେ, ଗାଈଗୋରୁ ମଧ୍ୟ ଆତଯାତ କରିଥାନ୍ତି l ସ୍ଥାପନାରେ ୪୫ବର୍ଷ ପରେ ମଧ୍ୟ ଖୋଲା ହୋଇ ପଡ଼ିରହିଛି ଏହି ଟ୍ରାନ୍ସଫର୍ମର, ଯାହାକି ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ବିଜେପିରେ ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ଯୁବମୋର୍ଚା ସଭାପତି ସୂର୍ଯ୍ୟ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l
ଏହି ସମସ୍ୟା ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲା ପରେ ମଧ୍ୟ ଏହାର ସମାଧାନ କରାଯାଉନଥିବା ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ଦୁଃଖ ପ୍ରକାଶ କରିଛନ୍ତି l ଆଗାମୀ ଦିନରେ କୌଣସି ଅଭାବନୀୟ ଦୁର୍ଘଟଣା ହେବା ପୂର୍ବରୁ ଏହି ବିପଦପୂର୍ଣ୍ଣ ସମସ୍ୟାର ସମାଧାନ ତୁରନ୍ତ କରାଯିବାକୁ ଶ୍ରୀ ପାଣିଗ୍ରାହୀ ଦାବୀ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *