ଟ୍ରେନ୍‌ ଦୁର୍ଘଟଣାର ସଠିକ୍‌ ମୃତ୍ୟୁସଂଖ୍ୟା ୨୭୫: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସଠିକ୍‌ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଶନିବାର ସୁଦ୍ଧା ଏହା ସରକାରୀ ଭାବେ ୨୮୮ ରହିଥିବା ବେଳେ ରବିବାର ଏହି ମୃତ୍ୟୁସଂଖ୍ୟା ୨୭୫ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ସେ ଗଣମାଧ୍ୟମ କହିଛନ୍ତି, ଦୁର୍ଘଟଣା ପରେ କେତେକ ମୃତଦେହ ଦୁଇଥର ଗଣତି ହୋଇଯାଇଥିଲା। ବର୍ତ୍ତମାନ ବାଲେଶ୍ବର ଜିଲାପାଳ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ତାଙ୍କ ଲିଖିତ ତଥ୍ୟ ଅନୁଯାୟୀ, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ ୭୮ ମୃତଦେହ ଚିହ୍ନଟ ହୋଇ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆଉ ୧୦ ମୃତଦେହ ଚିହ୍ନଟ କରାଯାଇଛି। ଖୁବ୍‌ଶୀଘ୍ର ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଅବଶିଷ୍ଟ ୧୮୭ ମୃତଦେହର ଚିହ୍ନଟ ପ୍ରକ୍ରିୟା ଚାଲିଛି।

Leave a Reply

Your email address will not be published. Required fields are marked *