ଜିଲ୍ଲାସ୍ତରରେ ଥାନା ଅଧିକାରୀ ଙ୍କ ଅଦଳବଦଳ କୋଣାର୍କ

ଆଗାମୀ ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲା ସ୍ତରରେ ବିଭିନ୍ନ ଥାନା ଅଧିକାରୀଙ୍କ କ୍ଷେତ୍ରରେ ହୋଇଛି ଅଦଳ ବଦଳ। ସୂଚନାରୁ ପ୍ରକାଶ ଯେ ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଅଧିନରେ ଥିବା ବିଭିନ୍ନ ଥାନା ଅଧିକାରୀ ମାନଙ୍କୁ ବଦଳି କରାଯାଇଛି। ୨୮.୫.୨୩ରେ ଏନେଇ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କନଓ୍ଵର ବିଶାଲ ସିଂଙ୍କ ନିର୍ଦ୍ଦେଶରେ ଚିଠି ନଂ ୧୮୬୬ ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କୁ କାକଟପୁର ଥାନାକୁ ବଦଳି କରାଯାଇଛି। ୨୦୧୯ ମସିହାରୁ କୋଣାର୍କ ଥାନାରେ କାର୍ଯ୍ୟରତ ଶ୍ରୀ ମଲ୍ଲିକ ଅତ୍ୟନ୍ତ ଭଦ୍ର, ନମ୍ର ଏବଂ ମେଳାପି ବ୍ୟକ୍ତିତ୍ଵର ଥିଲେ। କୋଣାର୍କର ବିଭିନ୍ନ ସାମାଜିକ ସଂଗଠନ ସହ ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଥିଲା। ଉତ୍ତମ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ। ସେହିଭଳି ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କୁ କୋଣାର୍କ ଥାନାକୁ, କାକଟପୁର ଥାନା ଅଧିକାରୀ ପ୍ରିୟରଞ୍ଜନ ନାୟକଙ୍କୁ ବ୍ରହ୍ମଗିରି ଅରଖକୁଦ ସାମୁଦ୍ରିକ ଥାନାକୁ, ରାମଚଣ୍ଡୀ ଥାନା ଅଧିକାରୀ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ଅସ୍ତରଙ୍ଗକୁ ବଦଳି କରାଯାଇଛି। ଏବଂ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ ରବିନ୍ଦ୍ର ନାଥ ସେଠୀଙ୍କୁ ଅତିରିକ୍ତ ଭାବେ ରାମଚଣ୍ଡୀ ଥାନାର ଦାୟିତ୍ଵ ଦିଆଯାଇଛି।

Leave a Reply

Your email address will not be published. Required fields are marked *