ଟ୍ରାକ୍ଟର ଧକ୍କାରେ କାର୍ଯ୍ୟନିର୍ବାହୀ ଅଧିକାରୀ ମୃତ୍ୟୁ

ନୂଆପଡା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ରୁ ମହଗାଁ ଯିବା ରାସ୍ତାରେ ଟ୍ରାକ୍ଟର ଧକ୍କାରେ କାର୍ଯ୍ୟନିର୍ବାହ ଅଧିକାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ମୃତ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ କର୍ଲାକୋଟ ଗ୍ରାମପଞ୍ଚାୟତ କିରେଝୋଲା ଗ୍ରାମର ସତ୍ୟ ମାଝୀ ବୋଲି ଜଣା ପଡ଼ିଛି। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ସିନାପାଲି ବ୍ଲକ କରନବାହାଲି ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l କୌଣସି ଏକ କାର୍ଯ୍ୟରେ ଯାଉଥିବା ସମୟରେ ଉକ୍ତ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଏହି ଦୁଃଖଦୀୟ ଖବର ଶୁଣି ପରିବାର ଲୋକଙ୍କ ମନରେ ଓ ସିନାପାଲି ସହରରେ ଶୋକର ଛାୟା ଖେଳିଯାଇଛି।

ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *