ଡେଲାଙ୍ଗ ବ୍ଲକ ମେଟ୍ରିକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା
![](https://teerthkhetra.com/wp-content/uploads/2023/05/IMG-20230520-WA0012-1024x461.jpg)
ଡେଲାଙ୍ଗ, ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦା ର ଛାତ୍ର ଶ୍ରୀମାନ ବିମଳପ୍ରଭା ପଟ୍ଟନାୟକ ସର୍ବୋଚ୍ଚ 555 ନମ୍ବର ରଖି ଡେଲାଙ୍ଗ ବ୍ଲକ ର ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଉକ୍ତ ବିଦ୍ୟାଳୟ ର ଛାତ୍ରୀ ସୁଶ୍ରୀ ଅର୍ପିତା ଆଶାବାରୀ ନାୟକ 545 ନମ୍ବରରଖି ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ଆଜି ସେମାନଂକୁ ବିଦ୍ୟାଳୟ ପରିସରରେ ମହା ଆଡମ୍ବର ସହକାରେ ସମ୍ବର୍ଦ୍ଧିତ କରାଯାଇଛି | ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ବାଷା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ପରିଡା, ସରପଞ୍ଚ ଶେଷଦେବ ବାରିକ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଏହି ବିଦ୍ୟାଳୟ ଶୀର୍ଷ ସ୍ଥାନ ବଜାୟ ରଖିଥିବାରୁ ଭୁୟସୀ ପ୍ରଶଂସା କରିଥିଲେ | ବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ପ୍ରଫେସର ଶାଶଙ୍କଶେଖର ଚୂଡ଼ାମଣି, ଶିକ୍ଷକ ଶିକ୍ଷିକା ମାନଙ୍କର କର୍ମଠ ପ୍ରଚେଷ୍ଟା ସଫଳତାର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ | ଉପଦେଷ୍ଟା ଜଟାଧାରୀ ପରିଡା ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ପୂର୍ଣ୍ଣାଙ୍ଗ ବିକାଶର କ୍ଷେତ୍ର ଏହି ବିଦ୍ୟାଳୟ ବୋଲି ମତବ୍ୟକ୍ତ କରିଥିଲେ | ଆଦର୍ଶ ଶିକ୍ଷକ ତଥା ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଶ୍ରୀଯୁକ୍ତ ମିଟୁକିଶୋର ପ୍ରଧାନ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସଠିକ ନେତୃତ୍ୱ ବିଦ୍ୟାଳୟ ର ସଫଳତା ଆଣିପାରିଛି ବୋଲି ପ୍ରକାଶ କରିଥିଲେ ଏବଂ କୃତି ଛାତ୍ର ଛାତ୍ରୀ ଙ୍କୁ ଦୁଇଟି ଗଛ ଚାରା ଓ ଉପଢୌକନ ପ୍ରଦାନ କରିଥିଲେ, ପୁରାତନ ଛାତ୍ର ସଂସଦ ସଭାପତି ଅଧ୍ୟାପକ ତ୍ରିନାଥ ପରିଡା ଏହି ପ୍ରଶଂସନୀୟ କାର୍ଯ୍ୟକ୍ରମ କୁ ଯୋଗାଯୋଗ କରି ଉପସ୍ଥିତ ମହାମାନ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା କୃତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ବଳିୟାରସିଂହ ବିଜ୍ଞାନ କ୍ଷେତ୍ରରେ ଅପୂର୍ବ ସଫଳତା ଅଣିଥିବାରୁ ବିଜ୍ଞାନ ଶିକ୍ଷକ ପ୍ରବୀର ମହାପାତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷିକା ମାନଂକୁ ଶ୍ରେୟ ଦେଇଥିଲେ | ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପରିଡା ବିଦ୍ୟାଳୟ ତରଫରୁ ଦୁଇ ପିତା ଅଭିଭାବକ ବିଶ୍ବଜିତ ପଟ୍ଟନାୟକ (କଲ୍ୟାଣପୁର ), ଓ ବିକ୍ରମ କେଶରୀ ନାୟକ (ସେବତୀପୁର ) ଙ୍କୁ ଆମ ବିଦ୍ୟାଳୟ ରେ ପଢାଇବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ |ଏହି ପ୍ରେରଣା ଦାୟକ କାର୍ଯ୍ୟକ୍ରମ ରେ ଶିକ୍ଷିକା ବୈଜୟନ୍ତୀମାଳା ହରିଚନ୍ଦନ ଓ ଅଜିତ ରାୟ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥିଲେ |ଡେଲାଙ୍ଗରୁ ଗୀତାରାଣୀ ରଣଜିତ ଙ୍କ ରିପୋର୍ଟ !