ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ୟୁଥ ଫର ଆକ୍ସନ”ତରଫରୁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ତା ୫/୦୮/୨୧ ରିଖ ଗୁରବାର ଦିବା ୧୦ଘଟିକାରୁ ଏକ ବଡ଼ ଧରଣର ବୃକ୍ଷ ରୋପଣ ତଥା ସ୍ୱେଚ୍ଛ ଭାରତ କାର୍ଯ୍ୟକ୍ରମ ହୋଇଯାଇଛି । ନୂତନ ଭାବରେ ନୟାଗଡ଼ ଜିଲ୍ଲାରେ ଗଠନ ହୋଇଥିବ “ୟୁଥ ଫର ଆକ୍ସନ” ସାମାଜିକ ସଂଗଠନର ଯୁବକ ମାନେ ବଡ଼ ପଣ୍ଡୁସର ଶ୍ରୀ ରଘୁନାଥ ଜୀଉ ସ୍ଵେଛ ପରିବେଶ ମିଳିତ ଆନୁକୂଲ୍ୟରେ ପଣ୍ଡୁସର ସ୍ଥିତ ଶୈବ ପୀଠ ରେ ବିଭିନ୍ନ ପ୍ରକାର ଗଛ ଲଗାଇଥିବା ସହିତ ପରିବେଶକୁ ସମ୍ପୂର୍ଣ ସ୍ଵେଛ କରିଥିଲେ ପରିଶେଷରେ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ତଥା ଜିଲ୍ଲା ସଭାପତି ପରମେଶ୍ୱର ସାହୁ ଉଭୟ ନିଜର ବାର୍ତା ରେ କହିଥିଲେ ଏହି କାମକୁ ଆଗକୁ ବଢାଇବା ସହିତ ଦିନ ହୀନ ଗରିବ ଲୋକଙ୍କ ସେବାରେ ପ୍ରତି ମୁହୂର୍ତ ରେ ଛିଡ଼ାହବା ।ଏଥିରେ ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ ଖୁଣ୍ଟିଆ ସାଧାରଣ ସମ୍ପାଦକ ଜୀବନ ଘଡ଼ାଇ, ସୁଜିତ ମନୋହର ଦାସ ପ୍ରମୁଖ ଉପସ୍ଥିତ ରହିବା ସହିତ ରଘୁନାଥ ଜୀଉ ସ୍ବେଛ ପରିବେଶ ଗ୍ରୁପ ସଭାପତି ଅପୁରୀ ପ୍ରଧାନ, ସମ୍ପାଦକ -ଜୟନ୍ତୀ ପ୍ରଧାନ, ପାର୍ବତୀ ପ୍ରଧାନ, ଶାନ୍ତିଲତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼, “ତୀର୍ଥକ୍ଷେତ୍ର”