ପର ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ନିଜ ସ୍ୱାମୀ ଙ୍କୁ କରିଲା ପର

ନିଜ ସ୍ଵାମୀ କୁ ନିଶା ଦେଇ ସ୍ତ୍ରୀ ରଖୁଥିଲା ପର ପୁରୁଷ ସହିତ ଶାରୀରିକ ସମ୍ପର୍କ।ଏ କଥା ଆମେ କହୁନାହୁଁ ଆଜ୍ଞା ଏ କଥା ଖୁଦ୍ ସ୍ଵାମୀ ତାଙ୍କର ପ୍ରତିକ୍ରିୟା ରେ କହିଛନ୍ତି। କ୍ଷଣିକ ସୁଖର ଅନ୍ଧ ହୋଇ ନିଜର ହିତାହିତ ଜ୍ଞାନ ଭୁଲି ଵିଵାହ ବେଦୀ ରେ ହାତ ଧରି ଵିଵାହ କରିଥିବା ନିଜ ସ୍ଵାମୀ ଙ୍କୁ ପରକରି ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଲା ସ୍ତ୍ରୀ। ଶାରୀରିକ ସମ୍ପର୍କ ରଖିଵା ସମୟରେ ସ୍ଵାମୀ ଙ୍କ ହାତରେ ଧରାପଡିଲେ ସ୍ତ୍ରୀ।ପରେ ସ୍ତ୍ରୀ ର ସବୁ କଳାକାର ନାମା ଆସିଲା ସାମ୍ନା କୁ। ହଁ ଆଜ୍ଞା ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ପୈରପାଳିକା ଅନ୍ତର୍ଗତ ବାଲିନଗର ଗ୍ରାମ ରେ। ଅଭିଯୋଗ କାରୀ-ଶ୍ରୀ ଦୀପକ୍ ରଞ୍ଜନ ବାରିକ୍ ପିତା-✓ ପୂର୍ଣ୍ଣଚନ୍ଦ୍ର ବାରିକ୍, ଗ୍ରାମ- ବାଲିନଗର, ଥାନା – ବାସୁଦେବପୁର, ଜିଲ୍ଲା – ଭଦ୍ରକ ଅଭିଯୋଗ କ୍ରମେ ତାଙ୍କର ବାହାଘର କୁ ଛଅ ବର୍ଷ ହେଲା। ସେ ଶୁକଦେବ ପୁର ଅଞ୍ଚଳ ର ସ୍ମରଣିକା ବାରିକ୍ ଙ୍କୁ ବିବାହ କରିଥିଲେ। ବିବାହ କିଛି ବର୍ଷ ଖୁବ୍ ହସ ଖୁସିରେ ଚାଲିଥିଲା।ହେଲେ ସ୍ତ୍ରୀ ର ମନ କିନ୍ତୁ ନିଜ ସ୍ଵାମୀ ପାଖରେ ଲାଗୁନଥିଲା।ସେ ସଵୁ ବେଳେ ପରପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଵା ପାଇଁ ମନ ଵଳାଉ ଥିଲା। ସ୍ଵାମୀ ଯେତେବେଳେ କାମ କରିବା ପାଇଁ ବାହାରକୁ ଚାଲି ଯାାଆନ୍ତି ଓ ଶାଶୁ ଯେତେବେଳେ ଘରେ ନ ଥାନ୍ତି ସେହି ସମୟରେ ଦୀପକ୍ ରଞ୍ଜନ ଙ୍କ ସ୍ତ୍ରୀ ପରପୁରୁଷ କୁ ଘରକୁ ଡାକନ୍ତି। ଆଉ ଯେତେବେଳେ ଶାଶୁ ଆଖି ଆଗରେ ଧରାପଡ଼ି ଯାଆନ୍ତି ସେତେବେଳେ ସେ ମୋର ସମ୍ପର୍କୀୟ ଭାଇ ଵୋଲି କହି ଖସି ଯାଆନ୍ତି। ହେଲେ ଚୋର ଘର ସଵୁ ବେଳେ ଅନ୍ଧାର ନ ଥାଏ।ସତ କେବେ ଲୁଚି ରହେନା ସତଟା ସବୁ ବେଳେ ସାମ୍ନା କୁ ଆସେ।ସ୍ଵାମୀ ଙ୍କ କହିଵା ମୁତାବକ ମୁଁ କାମରୁ ଘରକୁ ଫେରିବା ପରେ ରାତିରେ ମୋ ସ୍ତ୍ରୀ ମୋ ଖାଇବା ରେ ନିଶା ମିଶାଇ ଦିଅନ୍ତି। ମୁଁ ଖାଇସାରିବା ପରେ ମୋତେ ନିଦ ଆସିଯାଏ ମୁଁ ଶୋଇପଡେ।ତା ପରେ ମୋ ସ୍ତ୍ରୀ କଣ କରେ ମୁଁ କିଛି ଯାଣି ପାରେନି। କିନ୍ତୁ ୨୨/୭/୨୦୨୩ ରିଖ ଦିନ ଆମ ଗ୍ରାମ ରେ ଗୋଟିଏ ଏକାଦଶ କର୍ମ ର ଖାଇଵା ଥିଲା ମୁଁ ସେଠାରୁ ଖାଇ ଆସି ଘରେ ଶୋଇଥିଲି।ହେଲେ ରାତି ପ୍ରାୟ ଗୋଟାଏ ସମୟରେ କଣ ଗୋଟାଏ ଯୋର୍ ଶବ୍ଦ ହେବାରୁ ମୋ ନିଦ ଭାଙ୍ଗିଯାଇଥିଲା। ମୁଁ ଉଠି ଦେଖିତ ମୋ ସ୍ତ୍ରୀ ଆଉ ମୋ ଶୋଇଵା ପଲଙ୍କରେ ରେ ନାହିଁ। ମୁଁ ଲାଇଟ୍ ଦେଇ ଦେଖିଲା ବେଳକୁ ମୋ ସ୍ତ୍ରୀ ଆମ ଗାଁ ପାଖ ପିଲା ସହିତ ମୋ ଶୋଇଵା ପଲଙ୍କ ତଳେ ଅସଞ୍ଜତ ଅବସ୍ଥା ରେ ଅଛନ୍ତି। ମୁଁ ଭୟରେ ମୋତେ ମାରିବେ ବୋଲି ଭାବି ମୁଁ ଘରୁ ବାହାର କୁ ଦୌଡ଼ି ପଳାଇ ଗଲି ଓ ଯାଇ ଆମ ଗାଁ ର କିଛି ଲୋକଙ୍କୁ ଡାକିଲି। ଗାଁ ଲୋକ ମାନେ ଆସି ମୋ ସ୍ତ୍ରୀ ସହିତ ଆମ ଗାଁ ର ପିଲା ଆମ ଘରେ ଥିବା ର ଦେଖିଲେ।ଓ ଭିଡିଓ ରେକଡିଙ୍ଗ୍ ମଧ୍ୟ କରିଲେ।ଏହି ଘଟଣା ପରେ ସେହି ପିଲାର ଵାପ ଓ ମା ଙ୍କୁ ତାଙ୍କ ପୁଅ ବିଷୟ ଜଣାଇଥିଲେ।ହେଲେ ତାଙ୍କ ବାପା ଓ ମା ଆମେ ସେ ଘଟଣା ବିଷୟରେ କିଛି ଯାଣି ନାହୁଁ ତୁମେ ଯାହା କରିବାର ଅଛି କର କହିବା ରୁ ଦୀପକ୍ ରଞ୍ଜନ ବାରିକ୍ ଯାଇ ବାସୁଦେବପୁର ଥାନା ରେ ଏହି ଘଟଣା ବାବଦରେ ଗୋଟିଏ ଏତଲା ଦେଇଥିଲେ।ହେଲେ ଏତଲା ଦେଵାର ଏତେ ଦିନ ପରେ ବାସୁଦେବପୁର ଥାନା ଅଧିକାରୀ କିଛି ନ ବୁଝିବାରୁ ଦୀପକ୍ ରଞ୍ଜନ ବାରିକ୍ ଯାଇ ଭଦ୍ରକ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଙ୍କୁ ନିଜର ଗୁହାରି କରିଥିଡା କଥା ନିଜର ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଅପର ପକ୍ଷରେ ଦୀପକ୍ ରଞ୍ଜନ ବାରିକ୍ ଙ୍କ ସ୍ତ୍ରୀ ସ୍ମରଣିକା ବାରିକ୍ ଙ୍କ ସହିତ କୈାଣସି ଯୋଗାଯୋଗ ହୋଇପାରି ନାହିଁ।

Leave a Reply

Your email address will not be published. Required fields are marked *