ଫଗୁଣ ମାସରେ

ଫଗୁଣ ମାସରେ
ଫଗୁଣ ମାସରେ ପଳାଶ ଗଛରେ
ଫୁଲ ଫୁଟେ ନାଲି ନାଲି
ମନେ ସେ ପକାଏ  କାନେ କହିଦିଏ
ଆସୁଛି  ଆଗକୁ ହୋଲି |
ବାଟୋଇ ଦେଖିକି ଖୁସିରେ ନାଚ଼ଇ
ଆସିଯିବ ଏବେ ହୋଲି
ରଙ୍ଗ ପିଚକାରୀ ହାତେ ସର୍ବେ ଧରି
ଖେଳିବେ ସେ ବୁଲି ବୁଲି ।
ଦଳ ଦଳ ହୋଇ ସେ ଗୋପାଳ ଭାଇ
ଖେଳିବେ ଲଉଡି ଖେଳ
ଦୋଳ ମଣ୍ଡପରେ ବିମାନ କୁ ଥୋଇ
ହୋଇବେ ସରବେ ମେଳ ।
କରିବେ ଦର୍ଶନ ଏଠି ସର୍ବ ଜନ
ଦୋଳ ମଣ୍ଡପକୁ ଆସି
ଆଶିଷ ଢାଳିବେ ସେ ରାଧା ଗୋବିନ୍ଦ
ଖୋଲା ମଣ୍ଡପରେ ବସି ।
ଗୋପାଳ ଓଗାଳେ ଓ ଲଉଡି ଖେଳେ
କମ୍ପିବ ସେ ଗାଆଁ ଦାଣ୍ଡ
ହରିବୋଲ ହୁଳହୁଳି ଶବଦରେ
ପ୍ରଭୁ ହରି ନେବେ ଦଣ୍ଡ  ।
ଏ ହୋଲି ପରବ ଆମର ଗରବ
ପୁରାଣେ ଅଛି ବର୍ଣ୍ଣିତ
ହୋଲିକା ରାକ୍ଷସୀ ନିଆଁରେ ବସିକି
ହୋଇଥିଲା ଯେ ନିହତ  ।

ଦୀନବନ୍ଧୁ ପୋଇ
ଗୋରଡା ପାଳ, କରମୂଳ,
ଢେଙ୍କାନାଳ, ଦୂରଭାଷ – ୯୯୩୮୮୦୨୪୧୨

Leave a Reply

Your email address will not be published. Required fields are marked *