ନକଲି ବିଦେଶୀ ମଦ କାରଖାନା ଠାବ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବେଲଖଣ୍ଡି ଗ୍ରାମପଞ୍ଚାୟତ ର ପଲ୍ସାପଡା ଥରେ ଜଣକ ଘରେ ଚଢାଉ କରି ନକଲି ବିଦେଶୀ ମଦ କାରଖାନା ଠାବ କରିଛି କେସିଙ୍ଗା ଅବକାରୀ ବିଭାଗ ।ବହୁ ପରିମାଣର ରେ ନକଲି ବିଦେଶୀ ଚୋରା ମଦ, ସ୍ପିରିଟ ,ଖାଲି ବୋତଲ,ବିଭିନ୍ନ ବ୍ରାଣ୍ଡ ର ବିଦେଶୀ ମଦ ଓ ଶହ ଶହ ସଂଖ୍ୟାରେ ମଦ ଠିପି ଓ ବୋତଲ ଉପରେ ମରା ଯାଉଥିବା ଲେବୁଲ କୁ ଜବତ କରିଛି। ଏହି ଘଟଣା ରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ନାଏକ କୁ ଅବକାରୀ ବିଭାଗ ଗିରଫ କରିଛି। ଏହା ନକଲି ବିଦେଶୀ ମଦ ବୋଲି ନଜଣାପଡିବା ପାଇଁ ରାଜ୍ୟ ଅବକାରୀ ବିଭାଗ ର ନକଲି ମଦ ରେ ବ୍ୟବହାର ପାଇଁ ତିଆରି ହୋଇଥିବା ସରକାରୀ ଲେବୁଲ ବ୍ୟବହାର କରୁଥିଲା ଅଭିଯୁକ୍ତ ପ୍ରକାଶ ନାଏକ ।ଏହି ଘଟଣା ରେ ପ୍ରକାଶ ନାଏକ କୁ ଅବକାରୀ ବିଭାଗ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ବହୁଦିନ ରୁ ଏହି ନକଲି ବିଦେଶୀ ମଦ ଚୋରା କାରବାର ଚଳାଇଥିବା ବେଳେ କାହା ପାଖରେ ଖବର ନ ଥିଲା। ଜିଲ୍ଲା ଅବକାରୀ ବିଭାଗ ଏସ ପି ରଞ୍ଜନ କୁମାର ନାୟକ ଙ୍କ ନେତୃତ୍ୱ ରେ କେସିଙ୍ଗା ଅବକାରୀ ବିଭାଗ ଅଧିକାରୀ ବିଶ୍ୱଜିତ ଆରୁଖ କୌଣସି ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଇନ୍ସପେକଟର ସୁଶାନ୍ତ ପ୍ରଧାନ,ଚୈତନ୍ୟ ମହାପାତ୍ର,ଶ୍ରୀମତୀ କୀର୍ତ୍ତି ଜେନା, ଭୁଜବଲ ପଟେଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।

Himandri meher reporter

Leave a Reply

Your email address will not be published. Required fields are marked *