ଜାଲନୋଟ ଧରାଇ ଛେଳି ନେଇ ଛୁ…

୯ହଜାରଟଂକାର ଜାଲନୋଟ ହାତରେ ଧରାଇ ଏକ ଛେଳିନେଇ ଛୁ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧାଜିଲା ବେଗୁନିଆବ୍ଲକ ତଥା ଜଂକିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମରେ।ପ୍ରାପ୍ତ ବିବରଣୀରୁ ପ୍ରକାଶଯେ
ହଜ ଆଦିବାସୀସାହିର ପାଣ୍ଡବ ନାୟକ ନାମକ ଜଣେ ୭୦ବର୍ଷ ବୟସ୍କ ଗରିବ ବୃଦ୍ଧ ନିଜେ ପାଳିଥିବା କେତେକ ଛେଳିକୁ ନେଇ ହଜ-ସିକୋ ରାସ୍ତାର ଟାଂକୋଳଛକ ନିକଟରେରାସ୍ତାପାର୍ଶ୍ବରେଥିବା ଜଂଗଲରେ ଗତକାଲି
ପୂର୍ବାହ୍ନ ୧୧ଘଟିକା ସମୟରେ ଚରାଉଥିଲେ।
ଏତିକିବେଳେ ହଜରୁସିକୋ ଅଭିମୂଖେ ଏକ ନୀଳରଂଗର ବାଇକରେ ଯାଉଥିବା ଜଣେ ଅଚିହ୍ନାବ୍ୟକ୍ତି ଗୋଠରେଥିବା ବଡଛେଳି(ବୋଦା)କୁ
ମୂଲଚାଲ କରିଥିଲା।ଶେଷରେ ଏହା ୯ହଜାର ଟଂକାରେ ବିକ୍ରି କରାଯିବ ବୋଲି ସ୍ଥିର କରାଯାଇଥିଲା।ଏହି ଅଚିହ୍ନାଦୃବୁର୍ତଜଣକ ପାଖରେ ରଖିଥିବା ଏକ ବଡବ୍ୟାଗରେ ଛେଳିଟିକୁ ଭର୍ତିକରି ବଜାରରେ ପିଲାକଂ ଖେଳଣାଭାବେ ବିକ୍ରି କରାଯାଉଥିବା ଜାଲ ୯ହଜାରଟଂକା ବୃଦ୍ଧଜଣକଂହାତରେ ଧରାଇ
ସେଠାରୁ ଫେରାର ହୋଇଯାଇଥିଲା।ବୃଦ୍ଧଲୋକ ଜଣକ ଏହା ଅସଲି କି ନକଲି ପ୍ରଥମେ ଜାଣିପାରିନଥିଲେ।ପରେ ଘରକୁ ଅନ୍ୟ ଛେଳିମାନକୁଂଧରି ଫେରିବାପରେ ଘରଲୋକ ଏକା ଜାଲନକଲି ନୋଟବୋଲି ଜଣାପଡିଥିଲା।
ତେବେ ବୟସାଧିକହେତୁ ବୃଦ୍ଧଜଣକ ପୋଲିସନିକଟରେ ଅଭିଯୋଗ କରିନାହାନ୍ତି।
ଏଅଂଚଳରେ ଏହିଭଳି ଅନେକ ଦୃବୁର୍ତବୁଲୁଛନ୍ତି।ସ୍ଥାନୀୟ ଅଂଚଳରେ ବ୍ରାଉନସୁଗାରର ଅବାଧବିକ୍ରିଓସେବନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟିହେଉଥିବା ସାଧାରଣରେ ମତପ୍ରକାଶ ପାଇଛି।ଏଥିପ୍ରତି ବିଭାଗୀୟ
ଉଚ୍ଚକର୍ତୁପକ୍ଷ ତୁରନ୍ତ ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *