ନୂଆଦିଲ୍ଲୀ ରେ ଓଡ଼ିଆ ବ୍ୟାଙ୍କ କର୍ମଚାରୀ ସଂଗଠିତ ଶାଖାର ପାରିବାରିକ ବନ୍ଧୁ ମିଳନ

ନୂଆଦିଲ୍ଲୀ – ଦେଶର ଆର୍ଥିକ ବିକାଶ ପ୍ରକ୍ରିୟାକୁ ଆଗଇନେବା ସହ ବ୍ୟାଙ୍କ କ୍ଷେତ୍ରରେ ଥିବା ବିଭିନ୍ନ କାର୍ଯ୍ୟକ୍ରମ କୁ ଉନ୍ନତ ଅବସ୍ଥା କୁ ଆଣିବା, ଦିନକୁ ଦିନ ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗାଇଡ଼ଲାଇନ କୁ ଅନୁପାଳନ କରିବା ସହ ଗ୍ରାହକ ମାନଙ୍କ ସହ ଉତ୍ତମ ବ୍ୟବହାର କରି ସରକାର ଙ୍କ ମାର୍ଗଦର୍ଶନ ଅନୁସାରେ ସେମାନଙ୍କୁ ସହଯୋଗ କରିବା ଦିଗରେ ପ୍ରତିଟି ବ୍ୟାଙ୍କ କର୍ମଚାରୀ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ ଏ ଦିଗରେ ସମସ୍ତ ବ୍ୟାଙ୍କ କର୍ମଚାରୀ ଯତ୍ନବାନ ହେବା ସହ ମିଳିତ ଉଦ୍ୟମ ର ଆବଶ୍ୟକତା ରହିଛି ବୋଲି ଗତ ଶନିବାର ଦିନ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏନ. ସି. ଆର. ରେ ରହିଥିବା ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଓ ପ୍ରାଇଭେଟ ବ୍ୟାଙ୍କ ଗୁଡିକରେ କାର୍ଯ୍ୟରତ ଥିବା ଓଡ଼ିଆ ବ୍ୟାଙ୍କ କର୍ମଚାରୀ, ପଦାଧିକାରୀ ଓ ବରିଷ୍ଠ ବ୍ୟାଙ୍କ ପ୍ରଶାସକ ମାନଙ୍କ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମତ ପ୍ରକାଶ ପାଇଛି। ଗତ ଶନିବାର ଦିନ ପୂର୍ବାହ୍ନ ରେ ସ୍ଥାନୀୟ ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଓଡ଼ିଆ ବ୍ୟାଙ୍କ କର୍ମଚାରୀ ସଂଗଠିତ ଶାଖା ର ଏକ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବିଭିନ୍ନ ବ୍ୟାଙ୍କ ରୁ ଆସିଥିବା ଶାଖା ପ୍ରବନ୍ଧକ, ସହକାରୀ ଶାଖା ପ୍ରବନ୍ଧକ, ଉପମୁଖ୍ୟ ପ୍ରବନ୍ଧକ ଓ ବିଭିନ୍ନ ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ଓ ଅନ୍ୟlନ୍ୟ ପଦାଧିକାରୀ ମାନେ ସେମାନଙ୍କର ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ସଂଗଠିତ ଶାଖା କୁ କିଭଳି ସୃଦୁଢ କରାଯାଇପାରିବ, ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବ ଓ ଅନ୍ୟlନ୍ୟ ଆନୁସଙ୍ଗିକ ପ୍ରସଙ୍ଗ ଉପରେ ଟିକିନିଖି ଆଲୋଚନା କରିଥିଲେ। ପ୍ରାରମ୍ଭରେ ୟୁନିୟନ ବ୍ୟାଙ୍କ ର ଅବସରପ୍ରାପ୍ତ ବରିଷ୍ଠ ପ୍ରବନ୍ଧକ ହୃଷିକେଶ ବେହେରା ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସଂଗଠିତ ଶାଖା ଗଠନ ର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କରେ ନିଜ ମତବ୍ୟକ୍ତ ରଖି କହିଥିଲେ ଆଜିର ଦିନରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଓଡ଼ିଆ ଯୁବ ପିଢୀ ଅଧିକରୁ ଅଧିକ ଯୋଗ ଦେଉଛନ୍ତି। ବରିଷ୍ଠ ପ୍ରଶାସକ ମାନେ ସେମାନଙ୍କୁ ମାର୍ଗଦର୍ଶନ ଦେଲେ ସେମାନଙ୍କ ଦକ୍ଷତା ଓ ମନୋବଳ ବୃଦ୍ଧି ପାଇବ। ଏହି ଅବସରରେ ବିଭିନ୍ନ ବ୍ୟାଙ୍କ ର ପଦାଧିକାରୀ ମାନଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ନ୍ୟାସନେଲ ହାଉସିଂ ବ୍ୟାଙ୍କ ର ଅଧକ୍ଷ ଶାରଦା କୁମାର ହୋତା,ଭାରତୀୟ ଜୀବନବୀମା ନିଗମ ର ପ୍ରାଦେଶିକ ପ୍ରବନ୍ଧକ ମନୋଜ କୁମାର ପଣ୍ଡା,ଭାରତୀୟ ରେଜେର୍ଭ ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ଏସ. ଏସ. କେ. ପ୍ରଧାନ,ୟୁନିୟନ ବ୍ୟାଙ୍କ ର ଅବସରପ୍ରାପ୍ତ ମହାପ୍ରବନ୍ଧକ ହୃଷିକେଶ ବେହେରା, ବରିଷ୍ଠ ବ୍ୟାଙ୍କ ପ୍ରଶାସକ ଦିଲୀପ କୁମାର ପଟନାୟକ,ପଞ୍ଜାବ ନ୍ୟାସନେଲ ବ୍ୟାଙ୍କ ରେ ମୁଖ୍ୟ ପ୍ରବନ୍ଧକ ପରେଶ କୁମାର ଦାସ, ଜେନେରାଲ ମେନେଜର ପ. ଏନ. ବି.ଦେବଚରଣ ସାହୁ,କାନାଡ଼ା ବ୍ୟାଙ୍କ ର ମୁଖ୍ୟ ପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ର, ପି. ଏନ. ବି ର ଉପ ମହାପ୍ରବନ୍ଧକ ବିଶ୍ୱଜିତ ମହାନ୍ତି, ପି. ଆର. ପ୍ରଧାନ, ୟୁନିୟନ ବ୍ୟାଙ୍କ ର ଉପ ମହା ପ୍ରବନ୍ଧକ ପାର୍ଥ ସାରଥୀ ମିଶ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଉପ ମହାପ୍ରବନ୍ଧକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପି. ଏନ. ବି ର ଆଶୀଷ କୁମାର ମହାନ୍ତି, ଇଣ୍ଡୋସଲେଣ୍ଡ ବ୍ୟାଙ୍କ ର ବରିଷ୍ଠ ପ୍ରଶାସକ ସୁଧାଂଶୁ ମିଶ୍ର, ପି. ଏନ. ବି ର ସହକାରୀ ମୁଖ୍ୟ ପ୍ରବନ୍ଧକ ଉଦୟ କୁମାର ମହାପାତ୍ର ଙ୍କ ସହ ବହୁ ପ୍ରମୁଖ ବ୍ୟାଙ୍କ ପଦାଧିକାରୀ ଏଥିରେ ଯୋଗ ଦେଇଥିବା ଦେଖାଦେଇ ଥିଲା। ଏହି ଅବସରରେ ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଥିଲା। ପଞ୍ଜାବ ନ୍ୟାସନେଲ ବ୍ୟାଙ୍କ ର ଉପମୁଖ୍ୟ ପ୍ରବନ୍ଧକ ବିଶ୍ୱଜିତ ମହାନ୍ତି ଚଳିତ ଥର ସଭାପତି ହୋଇଥିବା ବେଳେ ୟୁନିୟନ ବ୍ୟାଙ୍କ ର ଅମିତ ପତି ସମ୍ପାଦକ ଓ ଆଇ. ଡି ଆଇ. ବି ବ୍ୟାଙ୍କ ର ମନୋଜ ବେହେରା କୋଷାଧକ୍ଷ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାଯାଇଛି।ସେହିଭଳି ରଞ୍ଜନ କୁମାର ରଥ ଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି।

Leave a Reply

Your email address will not be published. Required fields are marked *