ଅଗ୍ନୀକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୨ ବଖରା ଘର

କାମାକ୍ଷାନଗର୦୪.୦୧.୨୦୨୪-ଅଗ୍ନୀକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୨ ବଖରା ଘର। ଅଗ୍ନୀକାଣ୍ଡର କାରଣ ଅସ୍ପଷ୍ଟ। ଆଜି ଅପରାହ୍ନରେ କାମାକ୍ଷାନଗର ଥାନା ଖଟକୁରା ଗ୍ରାମର ବାବୁଲା ଦେହୁରୀଙ୍କ ଘରେ କୌଣସି କରଣରୁ ନିଆଁ ଲାଗିଯାଇଥିଲା। ପରୀବାର ଲୋକେ ନିଆଁଲାଗିବା ଜାଣି ବାହାରକୁ ବାହାରି ଆସିଥିଲେ। ଅଗ୍ନିଶମ ବାହିନୀକୁ ଖବରେ ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କଲାବେଳକୁ ଦୁଇବଖରା ଘର ସମ୍ପୂର୍ଣ ପୋଡିଯାଇଥିଲା। ଏହାସହ ଘରର ସମସ୍ତ ଆସବାବପାତ୍ର ପୋଡିଯାଇଥିଲା। ପରିବାର ଲୋକେ କେବଳ ପିନ୍ଧାଲୁଗା ଛଡା ନିଆଁର ଦାଉରୁ କିଛିବି ଉଦ୍ଧାର କରିପାରିନଥିଲେ। ଅଗ୍ନୀକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବାବେଳେ ସଟସର୍କିଟଯୋଗୁ ନିଆଁଲାଗିଥିବା ଅନୁମାନ କରାଯାଉଛି।
Prakash Kumar Patra reporter