ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଅସ୍ତରଙ୍ଗ ୩୦. ୦୪ ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଜେନା ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ୍ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ସ୍ବାଇଁଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ଓ ପ୍ରେସ କ୍ଳବ ଉପଦେଷ୍ଟା ପ୍ରତାପ ଚନ୍ଦ୍ର ପରିଡା, ମୁଖ୍ୟବକ୍ତା ଅବସର ପ୍ରାପ୍ତ ନିମାପଡା ମଣ୍ଡଳ ଶିକ୍ଷାଧିକାରୀ ଅନିଲ କୁମାର ବିଶ୍ୱାଳ, ସଂମ୍ମାନିତ ଅତିଥି ସିଫା ର ବୈଜ୍ଞାନିକ ପ୍ରିୟବ୍ରତ ସ୍ୱାଇଁ, ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ବିଶ୍ୱାଳ , ପ୍ରାଥମିକ ଶିକ୍ଷକ ସଙ୍ଗ ସଭାପତି ମଙ୍ଗୁଳି ଚରଣ ଦାସ୍ , ମିଳିତ ଶିକ୍ଷକ ସଙ୍ଘ ସଭାପତି ଅସ୍ତରଙ୍ଗ ର ବିପିନ କୁମାର ମହାନ୍ତି, କ୍ଲଷ୍ଟର ତ୍ରିଲୋଚନ ବେହେରା, ତାଳଦା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ରାଉତ ଯୋଗ ଦେଇ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜେନା ଙ୍କ ଶିକ୍ଷକତା ଜୀବନ ରେ ଛାତ୍ର ଛାତ୍ରୀ ମାନଙ୍କୁ ଭଲପାଇବା, ପାଠ ପଡ଼େଇବା ସମୟ କୁ ସଦୁପଯୋଗ କରିବା ଉପରେ ଗୁରୁତ୍ୱ ଦେଉଥିବା ଉପରେ ଆଲୋକପାତ କରିଥିଲେ। ତାଙ୍କର ନିରାମୟ ଜୀବନ କାମନା କରିଥିଲେ। ସେହିପରି କର୍ମଜୀବି ସାମ୍ବାଦିକ ସଂଘ ଓ ଅସ୍ତରଙ୍ଗ ପ୍ରେସ୍ କ୍ଲବ ର ମୁଖ୍ୟଉପଦେଷ୍ଟାପ୍ରତାପ ଚନ୍ଦ୍ର ପରିଡା, ପ୍ରେସ୍ କ୍ଲବ ସଭାପତି ଶରତ ପରିଡା, ସାଧାରଣ ସମ୍ପାଦକ ବୃନ୍ଦାବନ ବିଶ୍ୱାଳ, ଅଲେଖ ବିଶ୍ୱାଳ ଓ ତ୍ରିଲୋଚନ ବେହେରା ଯୋଗଦେଇ ପୁଷ୍ପ ବୁଛ, ମାନପତ୍ର ଓ ଉପଢୌକନ ଦେଇ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜେନା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ଦୀପକ ପରିଡା, ସମିତି ସଭ୍ୟ ଅମିୟ ରଞ୍ଜନ ସେଠି ଓ ସମସ୍ତ ସହକାରୀ ଶିକ୍ଷକ ଏବଂ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇ ଥିଲେ। ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିବାକର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷା ବିତ୍ କାଳନ୍ଦୀ ଚରଣ ଛାଟୋଇ।

Leave a Reply

Your email address will not be published. Required fields are marked *