ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ପ୍ରଧାନ ଶିକ୍ଷକ ଆରତ କୁମାର ପରିଡ଼ା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ପ୍ରଧାନ ଶିକ୍ଷକ ଆରତ କୁମାର ପରିଡ଼ା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା।
ଅଦ୍ୟ ତା – ୩୦.୪.୨୦୨୫ ରିଖ ବୁଧବାର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଖୁଣ୍ଟାପାଳରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ପ୍ରଧାନ ଶିକ୍ଷକ ଆରତ କୁମାର ପରିଡ଼ା ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଲଳିତ କୁମାର ବେହେରା ସଭାପତିତ୍ବ କରିଥିଲେ।ମଞ୍ଚରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଆରତ କୁମାର ପରିଡ଼ା,ମୁଖ୍ୟ ଅତିଥି ଭାବେ ଉଦଳା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବି.ଆର୍.ସି.ସି. ମିନତି ମଞ୍ଜରୀ ପଣ୍ଡା, ମୁଖ୍ୟ ବକ୍ତା ଉଦଳା ମହାବିଦ୍ୟାଳୟ ର ଅଧ୍ୟାପକ ସୌମେରେନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ ଏ.ବି.ଇ.ଓ. ସଂଧ୍ୟାରାଣୀ ବାରିକ,ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର କାର୍ଯ୍ୟକାରୀ ସଭାପତି ଦୁଲାରାମ ହାଁସଦା,କୋଷାଧ୍ୟକ୍ଷ ପ୍ରମୋଦ କୁମାର ମହାନ୍ତି ଏବଂ ସ୍ଥାନୀୟ ଡିମଗଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ ଆଦି ମଞ୍ଚାସୀନ ଥିଲେ। ପ୍ରିଣ୍ଟ ମିଡିଆ ର ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ମହାନ୍ତି ଏବଂ ସୁବ୍ରତ କୁମାର ମହାନ୍ତି ତଥା ଶାଳମୁଣ୍ଡୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ମନୋଜ କୁମାର ଖୁଣ୍ଟିଆ,ଡିମଗଡିଆ କ୍ଲଷ୍ଟର୍ ର ଅନ୍ୟତମ ପ୍ରଧାନଶିକ୍ଷୟିତ୍ରୀ ନିଦ୍ରାମଣି ପାତ୍ର, ଝାନମଣି ମାର୍ଣ୍ଡି, ଉଦଳା ବ୍ଲକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରେ ସ୍ୱାତୀ ବେଜ୍, ଇନ୍ଦିରା ସାମଲ, ବର୍ଷା ପରିଡ଼ା, ପ୍ରାଥମିକ ଶିକ୍ଷକ ସଂଘର କ୍ଲୁଷ୍ଟର ସଂଯୋଜକ ସୁଦର୍ଶନ ନାୟକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରପର୍ସନ ମିନତୀ ଦେହୁରୀ, ସଦସ୍ୟ ସତ୍ୟ ନାରାୟଣ ପଣ୍ଡା ଆଦି ଉପସ୍ଥିତ ରହି ଶ୍ରୀଯୁକ୍ତ ପରିଡ଼ା ଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ।ଏଠାରେ ଉଲ୍ଲେଖ ଥାଉ କି ଶ୍ରୀଯୁକ୍ତ ପରିଡ଼ା ଜଣେ ଜିଲ୍ଲା,ରାଜ୍ୟ ତଥା ସର୍ବ ଭାରତୀୟ ସ୍ତରରେ ଜଣେ ଆଦର୍ଶ ଶିକ୍ଷକ, ପ୍ରକୃତି ମିତ୍ର , ପ୍ରକୃତି ବନ୍ଧୁ, ସଂଗଠକ, ସମାଜ ସଂସ୍କାରକ ଭାବେ ପୁରସ୍କାର ପ୍ରାପ୍ତ।ଶ୍ରୀଯୁକ୍ତ ପରିଡା ଙ୍କର ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ବିଦ୍ୟାଳୟକୁ ସବୁଜ ବନାନୀ କରିବା ପାଇଁ ତାଙ୍କର ଉଦ୍ୟମକୁ ସମସ୍ତ ଗ୍ରାମବାସୀ ଭୂରି ଭୂରି ପ୍ରଶଂସା କରିଥିଲେ।ଏବଂ ଏହି ବିଦାୟୀ ସମ୍ବର୍ଦ୍ଧନା ଅବସରରେ ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ ସାର ଙ୍କ ଉଦ୍ଦେଶ୍ୟରେ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଆଦି ଉପଢୌକନ ପ୍ରଦାନ କରିଥିଲେ।ଏଥି ସହ ଉପସ୍ଥିତ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ସ୍ୱାତୀ ବେଜ, ଇନ୍ଦିରା ସାମଲ, ଶୁଭଲକ୍ଷ୍ମୀ ପଶା, ଇନ୍ଦୁମତୀ ବିନ୍ଧାଣୀ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାରଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବିଭିନ୍ନ ଉପହାର ମାନ ଆଦି ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ପଶା ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଇନ୍ଦୁମତି ବିନ୍ଧାଣୀ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ ଭାବେ ଆୟାଜନ କରିଥିଲେ ଖୁଣ୍ଟାପାଳ ଗ୍ରାମର ଗ୍ରାମବାସୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା।ଉକ୍ତ କାର୍ଯ୍ୟକ୍ରମରେ ଉଦଳା ବ୍ଲକ ର ଶିକ୍ଷକ, ଶିକ୍ଷୟିତ୍ରୀ, ଖୁଣ୍ଟାପାଳ ଗ୍ରାମର ଗ୍ରାମବାସୀ ତଥା ଛାତ୍ର ଛାତ୍ରୀ ଆଦି ବହୁ ମାତ୍ରାରେ ଯୋଗଦାନ କରିଥିଲେ।
।