ରିଡର, ମୁଖ୍ୟ କିରାଣି ଏବଂ ବାଚ଼ନାଳୟ ପ୍ରଭାରିଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା

ଆସ୍କା ତା ୧୩/୧୨- ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ତିନିଜଣ କର୍ମଚାରୀଙ୍କ ପାଇଁ ଏକ ଭବ୍ୟ ବିଦାୟୀକାଳୀନ ସଭାର ଆୟୋଜନ ହୋଇଯାଇଛି।ସଭା ପ୍ରାରମ୍ଭରେ ବିଦାୟୀକାଳିନ ଅତିଥିଙ୍କ ଦ୍ବାରା ଡେମୋଷ୍ଟ୍ରାଟର ଧନଞ୍ଜୟ ମହାପାତ୍ରଙ୍କ ବେଦମନ୍ତ୍ର ଧ୍ବନିରେ ଦେବ ବିଗ୍ରହରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ବାଣିଜ୍ୟ ବିଭାଗୀୟ ମୁଖ୍ୟ ତଥା ରିଡର ପ୍ରଫେସର କେଦାରନାଥ ପଣ୍ଡା, ମୁଖ୍ୟ ତଥା ବରିଷ୍ଠ କିରାଣି ସୁକାନ୍ତ କୁମାର ମିଶ୍ର ଏବଂ ବାଚନିକ ପ୍ରକୋଷ୍ଠ ପ୍ରଭାରି ମମତାରାଣୀ ମିଶ୍ରଙ୍କୁ ବିଦାୟୀକାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ସଭାରେ ମହାବିଦ୍ୟାଳୟ କର୍ମଚାରୀ ସଂଘର ସମ୍ପାଦିକା ଡ. ସ୍ମିତାରାଣୀ ପଣ୍ଡା ସଭାକାର୍ଯ୍ୟ ସଂଚାଳନ କରିଥିଲେ। ଡ. ସସ୍ମିତା ପାତ୍ର ପାତ୍ର ଅତିଥିମାନଙ୍କୁ ମଞ୍ଚାସୀନ କରିବା ସହ ପରିଚ଼ୟ ପ୍ରଦାନ କରିଥିଲେ। ବାଣିଜ୍ୟ ବିଭାଗର ରିଡର ପ୍ରଫେସର ପଣ୍ଡାଙ୍କ ପରିମାର୍ଜିତ ବିଭାଗୀୟ ତଥା ପ୍ରଶାସନିକ କାର୍ଯ୍ୟକଳାପକୁ ପ୍ରାୟ ସମସ୍ତ କର୍ମଚାରୀ ଭୁୟଷୀ ପ୍ରସଂଶା କରିଥିଲେ। ମୁଖ୍ୟ କିରାଣି ଶ୍ରୀ ମିଶ୍ରଙ୍କୁ କର୍ମନିଷ୍ଠ, ମିଷ୍ଟଭାଷୀ, ଶାନ୍ତ, ସରଳ, ଅମାୟିକ ତଥା ନିରାଡମ୍ବର ବ୍ୟକ୍ତିତ୍ବର ଅଧିକାରୀ ଥିଲେ ବୋଲି କହିଥିଲେ ଏବଂ ବାଚନିକ ପ୍ରକୋଷ୍ଠ ପ୍ରଭାରି ଶ୍ରୀମତୀ ମିଶ୍ରଙ୍କ ଦୀର୍ଘକାଳିନ କର୍ମମୟ ଜୀବନରେ ମହାବିଦ୍ୟାଳୟର ଅନେକ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମରେ ଲିପ୍ତ ଥିଲେ ଏବଂ ତାଙ୍କରି ନିଆରା ବ୍ୟକ୍ତିତ୍ବକୁ ସମସ୍ତେ ଅଭିବ୍ୟଞ୍ଜନା କରିଥିଲେ। ପରିଶେଷରେ ଡ. ସନ୍ତୋଷ କୁମାର ଚୌଧୂରୀ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।

Ranjan Kumar raout reporter

Leave a Reply

Your email address will not be published. Required fields are marked *