ସେମିଳିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ସେମିଳିଗୁଡ଼ା ମହାବିଦ୍ୟାଳୟ ତରଫରୁ ଆଜି ଅଧ୍ୟକ୍ଷ ଶ୍ରୀ ନୀଳାଞ୍ଚଳ ଆଚାର୍ଯ୍ୟଙ୍କୁ ଆନୁଷ୍ଠାନିକ ଭାବେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଶ୍ରୀଯୁକ୍ତ ଆଚାର୍ଯ୍ୟ ଦୀର୍ଘ 35 ବର୍ଷ 11 ମାସ ଅଧ୍ୟାପନା କରିବା ସହିତ ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ବିଭିନ୍ନ ପ୍ରକାର ଗଠନମୂଳକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ।ବିଶେଷ କରି ବାଣିଜ୍ୟ ବିଭାଗର ଅନର୍ସ ପାଠ୍ୟକ୍ରମ ପ୍ରାରମ୍ଭ କରିବା, ପରୀକ୍ଷା ନିୟନ୍ତ୍ରଣ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।ସେହିପରି ମହାବିଦ୍ୟାଳୟର ସମସ୍ତ ପ୍ରକାର ପ୍ରଶାସନିକ କାର୍ଯ୍ୟରେ ସେ ସର୍ବଦା ସହଯୋଗ କରିଆସୁଥିଲେ । ସେ ଜଣେ ଅତ୍ୟନ୍ତ ସରଳ, ମିଷ୍ଟଭାଷୀ ଏବଂ କର୍ମନିଷ୍ଠ ମଣିଷ ଭାବରେ ବେଶ ପରିଚିତ ଥିଲେ । ତାଙ୍କର ଅବସର ଗ୍ରହଣ ମହାବିଦ୍ୟାଳୟ ପାଇଁଏକ ଅପୂରଣୀୟ କ୍ଷତି। ଏହି ସମ୍ବର୍ଦ୍ଧନା ସଭାରେ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ. ପ୍ରଦୀପ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ସିତମ ଇଂଜିନିୟରିଂ କଲେଜର ଚେୟାରମ୍ୟାନ ଶ୍ରୀଯୁକ୍ତ କୃଷ୍ଣ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷଙ୍କର ମହାବିଦ୍ୟାଳୟ ନିମନ୍ତେ ତାଙ୍କର ଅବଦାନ ପାଇଁ ଭୁୟସୀ ପ୍ରସଂଶା କରିଥିଲେ । ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ତ୍ରିନାଥ ପ୍ରସାଦ ରଥ, ଉପ ଜିଲ୍ଲାପାଳ ଶ୍ରୀ ବେଣୁଧର ଶବର, ପୋୖରାଧକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ର, ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରବିନାରାୟଣ ସୂତାର, ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ କାବେରୀ ବିଶ୍ୱାଳ, ଡ. ଚିତ୍ତରଞ୍ଜନ ମିଶ୍ର, ଶ୍ରୀ ଅନିରୁଦ୍ଧ ଜେନା ତଥା ନୂତନ ଅଧ୍ୟକ୍ଷ ଦାୟିତ୍ବ ନେଇଥିବା ଡ. ରମାରଞ୍ଜନ ପଟ୍ଟନାୟକଙ୍କ ସମେତ କୋରାପୁଟ ଜିଲ୍ଲାର ବହୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଯଥା ଡ. ଦୀପକ କୁମାର ପଟ୍ଟନାୟକ, ଶ୍ରୀ ଦୀପକ ଦାସ, ଶ୍ରୀ ଗିରିଜା ଚୌଧୁରୀ, ଶ୍ରୀମତୀ ବୈଜୟନ୍ତି ସାମଲ,ଡ. ରାମକୃଷ୍ଣ ସାମଲ, ଶ୍ରୀମତୀ ଉଷାରାଣୀ ଦାସ, ଡ. ଯମ୍ବେଶ୍ଵର ସାହୁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଦାୟୀ ଅଧ୍ୟକ୍ଷଙ୍କୁ ମାନପତ୍ର, ଉପଢୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକୁ ସଫଳମଣ୍ଡିତ କରିବାରେ ଡ. ଝାଂସୀ ସିଂହ, ଦେବରାଜ ନାୟକ, ଡ. ଗୀତା ପଟ୍ଟନାୟକ, ଅଲେଖ ପ୍ରସାଦ ପଣ୍ଡା, ଚିତ୍ତରଞ୍ଜନ ଦାସ, ରବିନାରାୟଣ ମିଶ୍ର, ହେଡକ୍ଲର୍କ ଶ୍ରୀ ହରେକୃଷ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସଭାକୁ ଡ. ବିଦ୍ୟୁତପ୍ରଭା ରାଉତ ଏବଂ ଶ୍ରୀ ଶିବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ।
କୋରାପୁଟ, ରିପୋର୍ଟର ସୁବାସ ଚନ୍ଦ୍ର ନାହାକ