ରଥଯାତ୍ରା ରେ ନିୟୋଜିତ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ପୁରୀ ୨/୭ ରଥଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଗତକାଲି ନିଳାଦ୍ରି ବିଜେ ପରେ ଅନ୍ୟ ଜିଲ୍ଲାରୁ ଓ ପୁରୀ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଆସିଥିବା ଅଧିକାରୀ ମାନଙ୍କୁ ସେମାନଙ୍କ ମୂଳ ଦାୟିତ୍ୱସ୍ଥଳକୁ ଫେରେଇ ଦିଆଯାଇଛି। ଏହି ଉପଲକ୍ଷେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଟାଉନ ହଲ ଠାରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ମହାପ୍ରଭୁଙ୍କ ସେବା କରିବା ସମସ୍ତ ଙ୍କ ଭାଗ୍ୟ ରେ ଯୁଟେ ନାହିଁ । ତେଣୁ ଯେଉଁ ମାନେ ଏହି ରଥଯାତ୍ରା ଦାୟିତ୍ୱରେ ଆସିଥିଲେ ସେମାନେ ନିଶ୍ଚିତ ନିଜକୁ ସୌଭାଗ୍ୟବାନ ବୋଲି ମନେ କରିବା ଉଚିତ ବୋଲି କହିଥିଲେ। ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରଶ୍ମି ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ରଥଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ଗୋପିନାଥ ମିଶ୍ର, ଜିତେନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ଜେନା,ରାକେଶ କୁମାର ପଣ୍ଡା, ନିରଞ୍ଜନ ବାରିକ,ରାମଚନ୍ଦ୍ର ପଟ୍ଟନାୟକ, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *