ଆଇପିଏଲ୍‌ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ

କୋଲକାତା,୧୨ା୫: ଆଇପିଏଲ୍‌ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି ରାଜସ୍ଥାନ ରୟାଲ୍ସର ଓପନିଙ୍ଗ ବ୍ୟାଟର ଯଶସ୍ବୀ ଜୟସ୍ବାଲ। ମାତ୍ର ୧୩ ବଲ୍‌ରୁ ଅର୍ଦ୍ଧଶତକ ସହିତ ସେ ଇତିହାସ ରଚିଛନ୍ତି। ଆଇପିଏଲ୍‌ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରି ସେ ଲୋକେଶ ରାହୁଲ ଏବଂ ପ୍ୟାଟ କୁମିନ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି। ଉଭୟ ଖେଳାଳି ୧୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ନୀତୀଶ ରାଣା ମ୍ୟାଚ୍‌ର ପ୍ରଥମ ଓଭର ବୋଲିଂ କରିଥିବା ବେଳେ ୨୬ ରନ୍‌ ସ୍କୋର କରିଥିଲେ ଜୟସ୍ବାଲ। ରାହୁଲ ୨୦୧୮ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଓ କୁମିନ୍ସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୦୨୨ରେ ୧୪ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *