ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ, ଜଣେ ଗୁରୁତର

-କାମାକ୍ଷାନଗର- ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତା ର ଆଲୁଅଝରଣ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକା। ଦୁଇ ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲ ରେ ଭର୍ତି ହୋଇଛନ୍ତି l ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳ ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ କାମାକ୍ଷାନଗର ମେଡିକାଲ ରେ ଜଣକର ମୃତ୍ୟୁ ହୋଇଛି l ମୃତକ ହେଲେ ଆଘିରା ଗୋଡ଼ା ଗ୍ରାମର ଶିବରାମ ବେହେରା ଓ ନୂଆ ମହୁଲି ଗ୍ରାମ ର ସାଗର ସାହୁ l କାହ୍ନୁ ସାହୁ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତି ହୋଇଛନ୍ତି l ଏ ସମ୍ପର୍କ ରେ ଖବର ପାଇ ତୁମୁଶିଙ୍ଗା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି l