ଅଜଣା ଗାଡି ଧକ୍କାରେ ବାପ ମୃତ, ପୁଅ ଗୁରୁତର
କାମାକ୍ଷାନଗର,୨୪/୦୪- ଅଜଣା ଗାଡି ଧକ୍କାରେ ବାପ ମୃତ୍ୟୁ, ପୁଅ ଆହାତ। ମୃତକ ହେଲେ ତୁମୁଶିଙ୍ଗା ଥାନା ସୋଗର ଗ୍ରାମର ଅକ୍ଷୟ ସାହୁ ଓ ଆହାତ ପୁଅ ହେଲେ ଆଶିଷ ସାହୁ। ଆଜି ମଧ୍ୟାନ୍ନ ସମୟରେ କୌଣସି କାମନେଇ ଗ୍ରାମରୁ ବାହାର ବାଇକ ଯୋଗେ ପଣ୍ଡୁଆ ବଜାରକୁ ଆସିଥିଲେ। କାମସାରି ଘରକୁ ଫେରୁଥିବାବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ କାମାକ୍ଷାନଗର- ଢେଙ୍କାନାଳ ମୁଖ୍ୟରାସ୍ତାର ସାଳୁଆ ଛକ ନିକଟରେ ଧକା ଦେଇଥିଲା। ଫଳରେ ବାପ ପୁଅ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାରକରି ଉଭୟ ବାପ ପୁଅଙ୍କୁ ଅଁଳାବେରେଣି ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଏଠି ବାପା ଅକ୍ଷୟ ସାହୁଙ୍କୁ ମୃତ ଘୋଷଣା କରିଥିଲେ ପଅର ଚିକିତ୍ସା ଯାରି ରହିଛି। ଅକ୍ଷୟଙ୍କ ଖବର ମିଳିବାପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଯାରି ରଖିଛି।
ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।