ଚୋରା ମଦବିକ୍ରେତା ବିରୋଧରେ ବାପାର ଏତାଲା; ପୁଲିସ ନୀରବଦ୍ରଷ୍ଟା।


ଭଦ୍ରକ, ୨୨/୭ – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ଚୋରା ମଦ ବିକ୍ରେତା ଧନଞ୍ଜୟ ଦଳାଇ ବିରୋଧରେ ବୃଦ୍ଧ ବାପା ଜଗନ୍ନାଥ ଦଳେଇ ଥାନାରେ ଗତ ସୋମବାର ଅଭିଯୋଗ କରିଛନ୍ତି । ଧନଞ୍ଜୟ ପେଷାଗତ ଭାବେ ଚୋରା ମଦ ବିକ୍ରୟ କରି ଘର ପ୍ରତି ବିପଦ ସୃଷ୍ଟି କରିବା ସହ ବାପା, ମା, ଝିଆରିମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଦେଉଥିବା ଅଭିଯୋଗରେ ଦର୍ଶାଯାଇଛି । ଏଥିରେ ପ୍ରତିବାଦ କରିବାକୁ ବୃଦ୍ଧ ବାପା ମାଆକୁ ମାରିଦେବାକୁ ଧନଞ୍ଜୟ ଧମକ ଦେଇଛି । ପୁଲିସ ନିୟମିତ ଭାବେ ଆସି ଧନଞ୍ଜୟକୁ ଦେଖା କରି ଫେରିଯିବା ଦ୍ୱାରା ଧନଞ୍ଜୟ ଲଗାମଛଡା ହୋଇ ଚୋରା ବ୍ୟବସାୟକୁ ବୃଦ୍ଧି କରୁଥିବା ଏହା ଦ୍ୱାରା ପାରିବାରିକ ସୁରକ୍ଷା ବିପନ୍ନ ହେଉଥିବା ବାପା ଜଗନ୍ନାଥ ଅସହାୟ ଭାବେ ପ୍ରକାଶ କରିଛନ୍ତି । ଧାମନଗର ଉଫଖଣ୍ଡ ପୁଲିସ ଅଧିକାରୀ ବିଜୟକୃଷ୍ଣ ମହାପାତ୍ର ଏଥିନେଇ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *