ନିଜ ପୁଅକୁ ତେଯ୍ୟ ପୁତ୍ର କଲେ ବାପା

ହିଞ୍ଜିଳିକାଟୁ ବ୍ଳକ୍ ତଥା ବେଲଗାଁ ଥାନା ଅନ୍ତର୍ଗତ ପୁଟିଆପଦର ଗ୍ରାମର ଏକ ଜୈନିକ ବ୍ୟକ୍ତି ଜଣକ ନିଜ ପୁତ୍ରକୁ ତେଯ୍ୟ ପୁତ୍ର ଭାବେ ଘୋଷଣା ସହ ଶପଥ ପାଠ କରିଛନ୍ତି । ସୂଚନାଯୋଗ୍ୟ ପୁଟିଆପଦର ଗ୍ରାମର ସ୍ୱର୍ଗତ ସୁମା ପ୍ରଧାନ ପୁତ୍ର କାଶୀ ପ୍ରଧାନ,ବୟସ ୬୬ବର୍ଷ, ତାଙ୍କ ରାଜ୍ୟ ଓଡ଼ିଶା ଆଧାର କାର୍ଡ ନମ୍ବର 7030 6148 6255,ସେ ଏକ କୋର୍ଟ ଅଫିଡେଫିଡ଼ ମଧ୍ୟରେ ସପଥ ପାଠ ଘୋଷଣା କରିଛନ୍ତି । ସେ ସର୍ଭେ 3/2/2 ଖଡୋଲି ସୁରଙ୍ଗୀ ରାସ୍ତା, ଖଡୋଲି ସିଲଭାସା ଖାଡୋଲି ଦାଦ୍ରା ଏବଂ ନଗର ହାଭେଲି ସିଲାଭାସା ଦାଦ୍ରା ଏବଂ ନଗର ହାଭେଲି 39623 ଠିକଣାରେ ମୋ ସହିତ ମୋହ ପୁଅ ବିମାନ ପ୍ରଧାନ ବୟସ ୧୮ ବର୍ଷ ରହୁଥିଲା । ସେଠାରେ ମୋର ପୁଅ ବିହାର ରାଜ୍ୟର ଗୋଟିଏ ପରିବାର ତାଙ୍କ ରହିବା ସ୍ଥାନ ନିକଟରେ ରହୁଥିଲେ ।ସେମାନଙ୍କର ଝିଅ ଖୁସୁବୁ ଚନ୍ଦ୍ରବଂଶୀ ନାମକ ଝିଅ ଯାହାର ବୟସ ପ୍ରାୟ ୧୫ ବର୍ଷ ହେବ ସେହି ଝିଅ ସହିତ ମୋ ପୁଅର ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା ।

ଏହା ଜାଣିପାରି କାଶୀ ପ୍ରଧାନ ଏବଂ ସେଠାକାର କିଛି ଭାଦ୍ର ଲୋକଙ୍କୁ ଡକାଇ ଝିଅ ଘର ପରିବାର ସଦସ୍ୟଙ୍କୁ ବୁଝାସୁଝା କରାଇଥିଲେ । ବୁଝାସୁଝା ପରେ ସେହି ଝିଅ ଓ କାଶୀଙ୍କ ପୁଅ ମଧ୍ୟରେ ବ୍ୟବଧାନ ଉଗ୍ଳା ପାଇଁ ପରାମର୍ଶ ଦେଇ ସେହି ଝିଅକୁ ତାର ବାପଘର ଗ୍ରାମ ବିହାର ରାଜ୍ୟକୁ ପଠାଇ ଦେଇଥିଲେ । ଏହା ସ୍ବତେ ଦୁହେଁ ଓ ପୁଅ ଝିଅ ଫୋନ୍ ଯୋଗାଯୋଗ ରଖିଥିଲେ।କିଛି ଦିନ ପରେ କାଶୀ ଶୁଣିବାକୁ ପାଇଲେ ଯେ ତାଙ୍କ ପୁଅ ସହିତ ସେହି ଝିଅ ଦୁହେଁ ଫେରାର ହୋଇ ଯାଇଛନ୍ତି । ଏବେ ତାଙ୍କ ପୁଅ କେଉଁଠାରେ ରହିଛି ତାର ଠିକଣା ତାଙ୍କ ପାଖରେ ନାହିଁ କିମ୍ବା ତା ସହିତ ତାଙ୍କର କୌଣସି ସମ୍ପର୍କ ମଧ୍ୟ ନାହିଁ ବୋଲି ଏକ ଲିଖିତ ଏତଲା ବେଲଗାଁ ଥାନାରେ ଦେଇଥିବା ଗଣମାଧ୍ୟମ କୁ ଜଣାଇଛନ୍ତି । ଏବଂ ଏକ ଶପଥ ପାଠ ମାଧ୍ୟମରେ ମଧ୍ୟ ସେ ଉକ୍ତ ଥାନାରେ ଏକ ସତ୍ୟପାଠ ଦାଖଲ କରିଥିଲେ । ଯାହା ଦ୍ବାରା ସେ ସ୍ବଇଛାରେ ଘୋଷଣା କରିଛନ୍ତି ତାଙ୍କ ସହିତ କିମ୍ବା ତାଙ୍କ ପରିବାର ସହିତ ତାଙ୍କ ପୁଅ ବିମାନ ପ୍ରଧାନର କୌଣସି ସମ୍ପର୍କ ନାହିଁ । ଆଗାମୀ ଭବିଷ୍ୟତରେ ଏହି ପ୍ରେମ ସମ୍ପର୍କକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ସେ କିମ୍ବା ତାଙ୍କ ପରିବାରର କେହି ଦାଇ ରହିବେ ନାହିଁ ବୋଲି ମଧ୍ୟ ସତ୍ୟ ପାଠ ରେ ଦର୍ଶାଇଛନ୍ତି । ସମସ୍ତ ତଥ୍ୟ ସତ୍ୟ ଅଟେ ବୋଲି ସେ ନିଜେ ମତ ପ୍ରକାଶ କରିଛନ୍ତି । ଏହା ସେ ଧୀର ମନ ସ୍ଥିର ଚିତରେ ନିଜର ତଥା ପରିବାରର ସୁରକ୍ଷା ଦୃଷ୍ଟିରୁ ଲେଖି ଥିବା ମଧ୍ୟ କହିଛନ୍ତି ।