ଆନ୍ତର୍ଜାତିୟ ବାଲୁକା କଳା ଉତ୍ସବ ଦ୍ୱିତୀୟ ଦିନରେ ପ୍ରବଳ ଜନ ସମାଗମ
ଆନ୍ତର୍ଜାତିୟ ବାଲୁକା କଳା ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ ପାଇଁ କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ ଯାହା ଫଳରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି। ଦ୍ବିତୀୟ ଦିନରେ ଭାଗ ନେବା ପାଇଁ ଦେଶ ଓ ବିଦେଶର ମୋଟ ୧୦୦ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଦ୍ବିତୀୟ ଦିନର ବିଷୟ ରହିଥିଲା ଇକୋ ଟୁରିଜିମ ଏବଂ ଏନଭାରମେଣ୍ଟ। ଯାହାକୁ ନେଇ ଚନ୍ଦ୍ରଭଗାର ବିସ୍ତୀର୍ଣ୍ଣ ବେଳାଭୂମି ରେ ବାଲୁକାଶିଳ୍ପୀ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଶନିବାର ଥିବାରୁ ବାଲୁକା କଳା ଦେଖିବାକୁ ଦେଶ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ପରିଦର୍ଶନ କରି ଖୁଶିବ୍ୟକ୍ତ କରିଛନ୍ତି ।
କୋଣାର୍କରୁ ଜ୍ଞାନ ବିଶ୍ଵାଳ reporter